www.samajalive.in
Sunday, December 7, 2025
26.1 C
Bhubaneswar

ଗଳାକାଟି ଯୁବକଙ୍କୁ ହତ୍ୟା

ପାରାଦ୍ୱୀପ : ପାରାଦ୍ୱୀପ ଥାନା ନିକଟ ବଡ଼ପଡ଼ିଆ ମାର୍କେଟରେ ଜଣେ ଯୁବକଙ୍କୁ କେହି ଦୁର୍ବୁତ୍ତ ଗଳା କାଟି ହତ୍ୟା କରିଛନ୍ତି । ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ପାରାଦ୍ୱୀପ ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ, ସେ ପାରାଦ୍ୱୀପର ଏକ ହୋଟେଲରେ କାମ କରୁଥିଲା ବୋଲି ପୁଲିସ କହିଛି ।
ଆଜି ସକାଳୁ ଥାନା ନିକଟ ଟ୍ୟାକ୍ସି ଷ୍ଟାଣ୍ଡରେ ଥିବା ଚାନ୍ଦିନୀ ଉପରେ ହୋଟେଲ କର୍ମଚାରୀ ମରି ପଡିଥିବା ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ଯୁବକଙ୍କର ବେକ କଟା ହେବା ସହ କ।ନମୁଣ୍ଡାରୁ ରକ୍ତ ବାହାରୁଥିଲା । ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ମୃତକଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନିକଟ ଗଣ୍ଡାଖିଆ ଲୋକନାଥପୁର ଗାଁରେ। ତାଙ୍କ ନାଁ ଟୂବୁଲା ଜେନା ବୟସ ୨୮ ବୋଲି ଜଣାପଡିଛି। ସେ ଅଳ୍ପ ଦିନ ହେବ ଏଠାରେ କାମ କରୁଥିଲେ। କଣ ପାଇଁ ତାଙ୍କୁ ହତ୍ୟା କରାଯାଇଛି ସେ ସମ୍ପର୍କରେ ଜଣାପଡିନି । ସେ ପୂର୍ବରୁ ପାରାଦ୍ୱୀପରେ ରହି ଆଉ ଏକ ହୋଟେଲରେ କାମ କରୁଥିଲେ ବୋଲି ସୂଚନା ମିଳିଛି । ଘଟଣା ପରେ ରେବୀକା ହୋଟେଲର ଷ୍ଟାଫଙ୍କୁ ପୁଲିସ ଥାନାରେ ଅଟକ ରଖି ପଚାରୁଚୁରା ଚଳାଇଛି । ଘଟଣା ସମ୍ପର୍କରେ ତାଙ୍କ ପରିବାରକୁ ଖବର ଦିଆଯାଇଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories