www.samajalive.in
Sunday, December 7, 2025
14.1 C
Bhubaneswar

ପାନଗଙ୍ଗ ହ୍ରଦ ସେପଟେ ସଡ଼କ ନିର୍ମାଣ କରୁଛି ଚୀନ

ନୂଆଦିଲ୍ଲୀ: ବିବାଦ ତୁଟାଇବା ପାଇଁ ଭାରତ ପ୍ରୟାସ ଚଳାଇଥିବାବେଳେ ଚୀନ ଲଦାଖ ସୀମାନ୍ତ ବାସ୍ତବ ନିୟନ୍ତ୍ରଣ ରେଖା ସେପଟେ ନିଜର ସାମରିକ ଭିତ୍ତିଭୂମି ସୁଦୃଢ଼ କରିବାରେ ଲାଗିଛି। ଉପଗ୍ରହ ସୂତ୍ରରୁ ହସ୍ତଗତ ସାନି ପ୍ରମାଣ ଅନୁସାରେ ଚୀନ ପାନଗଙ୍ଗ ହ୍ରଦର ଦକ୍ଷିଣ ତଟରେ ନୂଆ ସଡ଼କ ନିର୍ମାଣ କରୁଛି। ପୂର୍ବରୁ ସମ୍ପୃକ୍ତ ଅଞ୍ଚଳରେ ଚୀନ ନୂଆ ବ୍ୟାରେଜ ନିର୍ମାଣ କରିଥିଲା। ଚୀନ ସେନା ଦ୍ବାରା ସ୍ପାନଗୁର ହ୍ରଦରେ ଏହି ବ୍ୟାରେଜ ନିର୍ମାଣ କରାଯାଇଛି। ଚୀନ କମ୍ୟୁନିଷ୍ଟ ପାର୍ଟି ମୁଖପତ୍ର ‘ଜିନୁଆ’ରେ ମଧ୍ୟ ଏ ସମ୍ପର୍କିତ ଖବର ପ୍ରକାଶ ପାଇଛି। ସମ୍ପୃକ୍ତ ଅଞ୍ଚଳରେ ଚୀନ ସେନା ସାମରିକ ଅଭ୍ୟାସ ଚଳାଇଥିବାର ଫଟୋ ମଧ୍ୟ ଏଥିରେ ଛପାଯାଇଛି।
ଚୀନ ପାନଗଙ୍ଗ ହ୍ରଦ ନିକଟ ପାହାଡ଼ିଆ ଅଞ୍ଚଳରେ ନୂଆ ସଡ଼କ ନିର୍ମାଣ କରୁଛି। ସ୍ପାନଗୁର ହ୍ରଦ ସମୀପ ମାତୁଙ୍ଗ ନ୍ୟୁଙ୍ଗସ୍ତାନ ପାହାଡ଼ରେ ଏହି ସଡ଼କ ନିର୍ମାଣ ହେଉଛି। ସଡ଼କର ପ୍ରସ୍ତ ୫ମିଟର ହୋଇଥିବାବେଳେ ଏହା ଚୀନର ପ୍ରାଦେଶିକ ରାସ୍ତା ଏସ୍‌-୩୦୧କୁ ସଂଯୋଗ କରୁଛି। ପାନଗଙ୍ଗ ହ୍ରଦର ପୂର୍ବାଞ୍ଚଳରେ ଅବସ୍ଥିତ ରୁତୋକ ସହରକୁ ଏହା ସଂଯୋଗ କରିବ। ସଡ଼କ ଏବେ ଶେଷ ପର୍ୟ୍ୟାୟରେ ପହଞ୍ଚିଥିବାବେଳେ ଆଉ ମାତ୍ର ୨୦୦ମିଟର ବାକିଥିବା ସୂଚନା ମିଳିଛି। ଏହି ସଡ଼କ ମାଧ୍ୟମରେ ଚୀନକୁ ପାନଗଙ୍ଗ ହ୍ରଦର ସମଗ୍ର ଦକ୍ଷିଣ ତଟ ଅଧିକାର କରିବାରେ ସହାୟକ ହେବ। ସମ୍ପ୍ରତି ଫିଙ୍ଗର-୪ର ପୂର୍ବାଞ୍ଚଳ ଅନ୍ତର୍ଗତ ହ୍ରଦର ଦକ୍ଷିଣାଞ୍ଚଳ ଚୀନ ଅକ୍ତିଆର କରି ରଖିଛି। ସମ୍ପୃକ୍ତ ଅଞ୍ଚଳରେ ଚୀନ ସେନାର ଶିବିର ପୂର୍ବବତ୍‌ ରହିଛି ଏବଂ ସେଠାକୁ ଆବଶ୍ୟକ ସାମଗ୍ରୀ ସହିତ ଅସ୍ତ୍ରଶସ୍ତ୍ର ପରିବହନ କରାଯାଉଛି। ଏଥିପାଇଁ ଡ୍ରୋନ୍‌ ମଧ୍ୟ ଉପଯୋଗ କରାଯାଉଛି। ଡ୍ରୋନ୍‌ ଯୋଗେ ସୈନ୍ୟଙ୍କ ପାଇଁ ଗରମ ଖାଦ୍ୟ ପ୍ରେରଣ କରାଯାଉଥିବାର ଖବର ‘ଗ୍ଲୋବାଲ ଟାଇମ୍ସ’ରେ ପ୍ରକାଶ ପାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories