ପଣ୍ଡିତ ଗୋଦାବରୀଶ ମିଶ୍ର

୧୮୮୬ ଅକ୍ଟୋବର ୨୬ରେ ପଣ୍ଡିତ ଗୋଦାବରୀଶ ମିଶ୍ର ଜନ୍ମଗ୍ରହଣ କରିଥିଲେ। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ଗୋଦାବରୀଶ ସେବାକୁ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିଲେ। ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିବା ଗୋଦାବରୀଶ ମିଶ୍ର ଏକାଧାରରେ ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ। ସ୍ବାଧୀନତା ପୂର୍ବ ସମୟରେ ସେ ପାରଳା ମହାରାଜାଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ଥିଲେ। ଓଡ଼ିଆ ସାହିତ୍ୟରେ ପ୍ରଥମ ଗାଥା କବିତାର ଜନକ ଭାବେ ସେ ପରିଚିତ। ସେ ‘ଘଟାନ୍ତର’, ‘ଅଭାଗିନୀ’, ‘ଅଠର ଶହ ସତର’ଓ ‘ନିବାସିତ’ ଉପନ୍ୟାସର ସ୍ରଷ୍ଟା । ୧୯୬୧ ମସିହାରେ ତାଙ୍କୁ ମରଣୋତ୍ତର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୫୬ ମସିହା ଜୁଲାଇ ୨୬ରେ ପଣ୍ଡିତ ଗୋଦାବରୀଶ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

Comments are closed.