ବଡ଼ସାହିରେ ପଞ୍ଚାୟତରାଜ ଦିବସ ପାଳିତ
ବଡ଼ସାହି : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀ ତଥା ପଞ୍ଚାୟତରାଜ ଦିବସ ବଡ଼ସାହି ବ୍ଲକ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ବଡ଼ସାହି ବିଡିଓ ରବୀନ୍ଦ୍ର କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ, ଉପାଧକ୍ଷ୍ୟ ଅର୍ନ୍ତଯ୍ୟାମୀ ବେହେରା ଓ ସାଂସଦଙ୍କ ପ୍ରତିନିଧି ରାକେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଜୁବାବୁ ଜଣେ , ସ୍ୱାଧିନତା ସଂଗ୍ରାମୀ, ସାହାସୀ, ପରାକ୍ରମୀ ଏବଂ ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ବୋଲି ସମସ୍ତେ ବକ୍ତବ୍ୟରେ କହିଥିଲେ। ପ୍ରାରମ୍ଭରେ ଅତିଥିଙ୍କ ଦ୍ୱାରା ସ୍ୱର୍ଗତ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁବାବୁଙ୍କ ସ୍ୱପ୍ନ ପୂରଣ ପାଇଁ କାର୍ଯ୍ୟକାରୀ କରିଥିବା ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଦେଇଥିବା ଉଦବୋଧନର ସିଧା ପ୍ରସାରଣକୁ ସମସ୍ତେ ଦେଖିଥିଲେ। ଏହି ଅବସରରେ ବ୍ଳକର ୪୨ଜଣ ଭିନ୍ନକ୍ଷମଙ୍କୁ ତିନିଚକିଆ ସାଇକେଲ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ/ମହିଳା, ନିର୍ବାଚିତ ପ୍ରତିନିଧି, ବ୍ଲକର ସମସ୍ତ କର୍ମଚାରୀ ଓ ବୁଦ୍ଧିଜିବୀମାନେ ଉପସ୍ଥିତ ଥିଲେ। ବ୍ଲକର ୩୦ଟି ପଞ୍ଚାୟତରେ ମଧ୍ୟ ଏହି ଦିବସ ପାଳିତ ହୋଇଯାଇଛି। ଅନ୍ୟପକ୍ଷରେ ବିଧାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦଳ ପକ୍ଷରୁ ମଧ୍ୟ ଏହି ଉତ୍ସବ ପାଳିତ ହୋଇଛି। ଦଳର ବ୍ଳକ ସଭାପତି ପ୍ରକାଶ ଚନ୍ଦ୍ର ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ସଭାରେ ବିଧାୟକଙ୍କ ସହିତ ରାଜକିଶୋର ଆଚାର୍ଯ୍ୟ, ନୀହାର ରଞ୍ଜନ ମହାପାତ୍ର ଓ ସୁଧାଂଶୁ ଶେଖର ପ୍ରଧାନଙ୍କ ସମେତ ବହୁ କର୍ମକର୍ତ୍ତା ସାମିଲ ଥିଲେ। କର୍ମୀମାନେ ଏକଜୁଟ ହୋଇ ବଡ଼ସାହି ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ କରିଛନ୍ତି। ଦଳର ପଞ୍ଚାୟତର ସଭାପତି, ଯୁବ ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।