ପମ୍ପିଓ ଆମେରିକାର ବିଦେଶ ସଚିବ ନିଯୁକ୍ତ

0

ୱାଶିଂଟନ୍‍ : ଆମେରିକାର ବିଦେଶ ସଚିବ ଭାବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିଆଇଏ)ର ପୂର୍ବତନ ନିର୍ଦେଶକ ମାଇକ୍‍ ପୋମ୍ପେଓଙ୍କୁ ନିଯୁକ୍ତି ଦିଆଯାଇଛି। ଆମେରିକା ସିନେଟ୍‍ ଶୁକ୍ରବାର ତାଙ୍କ ନିଯୁକ୍ତିରେ ମୋହର ମାରିଛି। ସିନେଟ୍‍ ବୈଦେଶିକ ସମ୍ପର୍କ କମିଟି ପକ୍ଷରୁ ତାଙ୍କୁ ଏହି ପଦ ପାଇଁ ପ୍ରାର୍ଥୀ କରାଯାଇଥିବା ବେଳେ ସେ ୫୭-୪୨ ଭୋଟରେ ଜିତିଥିଲେ। ଚଳିତ ସପ୍ତାହରେ ବ୍ରସେଲ୍‍ସଠାରେ ଅନୁଷ୍ଠିତ ହେବାକୁ ଥିବା ନାଟୋ ବିଦେଶ ମନ୍ତ୍ରୀସ୍ତରୀୟ ଆଲୋଚନାରେ ପୋମ୍ପେଓ ଆମେରିକାର ନେତୃତ୍ତ୍ୱ ନେବେ। ଆସନ୍ତା ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତ୍ତର କୋରିଆ ମୁଖ୍ୟ କିମ୍‍ ଜଙ୍ଗ୍‍ ଉନ୍‍ଙ୍କ ମଧ୍ୟରେ ଏକ ସମ୍ମିଳନୀର ଆୟୋଜନ ଦାୟିତ୍ୱ ତାଙ୍କୁ ଦିଆଯାଇଛି।

Leave A Reply