ପାହାଳରେ ପ୍ରାଚୀନ ପ୍ରସ୍ତର ଯୁଗର ସନ୍ଧାନ, ମିଳିଲା କାରୁକାର୍ୟ୍ୟପୂର୍ଣ୍ଣ ପଥର ଓ ଖପରା

ଆବିଷ୍କୃତ ପ୍ରସ୍ତର ଓ ଖପରାଖଣ୍ଡଗୁଡ଼ିକୁ ପ୍ରାଚୀନ ଐତିହାସିକ ଯୁଗର ଅନ୍ତେଦେଶୀୟ ନୌବାଣିଜ୍ୟର ସଙ୍କେତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବର ଉପକଣ୍ଠ ପାହାଳ ଗ୍ରାମସ୍ଥିତ ମା’ ନାରାୟଣୀ ଚଣ୍ଡିପୀଠ ମନ୍ଦିର ନିର୍ମାଣ ନିମନ୍ତେ ଖନନ ସମୟରେ ପ୍ରାଚୀନ ପ୍ରସ୍ତର ଯୁଗର ସନ୍ଧାନ ମିଳିଛି। ଏଠାରେ ପ୍ରାଚୀନ ଯୁଗର କାରୁକାର୍ଯ୍ୟପୂର୍ଣ୍ଣ ପ୍ରସ୍ତର ଖଣ୍ଡମାନ ଆବିଷ୍କୃତ ହୋଇଛି। ଯାହା ଆନୁମାନିକ ୩ହଜାର ବର୍ଷ ତଳର ଏବଂ ସେହି ସମୟର ସଂସ୍କୃତି ଓ ପରମ୍ପରା ଏଥିରେ ସ୍ପଷ୍ଟ ପରିଲକ୍ଷିତ ହେଉଛି। ଏଠାରୁ ଆବିଷ୍କୃତ ପ୍ରସ୍ତର ଓ ଖପରାଖଣ୍ଡଗୁଡ଼ିକୁ ପ୍ରାଚୀନ ଐତିହାସିକ ଯୁଗର ଅନ୍ତେଦେଶୀୟ ନୌବାଣିଜ୍ୟ ସଙ୍କେତ ଭାବରେ ଧରାଯାଇପାରେ। ଅଧିକ ଗବେଷଣା ପରେ ଏଠାରୁ ଆବିଷ୍କୃତ ହୋଇଥିବା ପ୍ରାଚୀନ କାରୁକାର୍ଯ୍ୟପୂର୍ଣ୍ଣ ପ୍ରସ୍ତର ଖଣ୍ଡ ଓଡ଼ିଶା ଇତିହାସର ଅନେକ ଲୁକ୍କାୟିତ ତଥ୍ୟ ଉନ୍ମୋଚନ କରିବାରେ ସହାୟକ ହୋଇପାରିବ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଭାରତ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗର ସହକାରୀ ପ୍ରଫେସର ଅନାମ ବେହେରା ପ୍ରକାଶ କରିଛନ୍ତି।

ପାହାଳ ଗ୍ରାମର ଶୁଭ୍ରାଂଶୁ ପଟ୍ଟନାୟକଙ୍କଠାରୁ ସୂଚନା ପାଇ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଭାରତ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗର ସହକାରୀ ପ୍ରଫେସର ଅନାମ ବେହେରା ଉକ୍ତ ସ୍ଥାନକୁଯାଇ ମିଳିଥିବା ପଥର ସମୂହ ନିରୀକ୍ଷଣ କରିଥିଲେ। ଏହା ପ୍ରାଚୀ ନଦୀର ଦକ୍ଷିଣ ବନ୍ଧଠାରୁ ୨୬୦ ଦୂରତାରେ ଅବସ୍ଥିତ ୪୬୦ ମିଟର ପରିଧି ବିଶିଷ୍ଟ ଏକ ଗୋଲାକାର ମାଟିକୁଦ ଅଟେ, ଯାହା ପ୍ରାୟ ୩ହଜାର ବର୍ଷ ତଳର ବୋଲି ଅନୁମାନ କରିଥିଲେ। ପ୍ରାଚୀନ ଐତିହାସିକ ଦୃଷ୍ଟିକୋଣରୁ ପ୍ରାଚୀ ଉପତ୍ୟକାର ଓଡ଼ିଶାର କଳା, ଭାସ୍କର୍ଯ୍ୟ ପ୍ରତି ଅନେକ ବରଦାନ ରହିଛି।

prayash

ଏହି ଦୃଷ୍ଟିକୋଣରୁ ପ୍ରଚାରୀ ନଦୀର ଉପର ଅବବାହିକାରେ ଉକ୍ତ ସ୍ଥାନଟି ଅବସ୍ଥିତ ଥିବାରୁ ଏହାର ବିଶେଶ ଗୁରୁତ୍ୱ ଥିବା ମନେହୁଏ। ମନ୍ଦିର ନିର୍ମାଣ ପାଇଁ କରାଯାଉଥିବା ସ୍ଥାନଟିରୁ ଅନେକ ପ୍ରାଚୀନ ପ୍ରସ୍ତର ଖଣ୍ଡମାନ ମିଳିଛି। ବିଶେଷ କରି ଗୋଟିଏ ପଥରରେ ତିନୋଟି ତିନିକୋଣିଆ ରନ୍ଧ୍ର ଥିବାର ଦେଖାଯାଏ। ଏହିଭଳି ପ୍ରସ୍ତର ଖଣ୍ଡ ଜୟଦେବ ପୀଠରୁ ମଧ୍ୟ ପୂର୍ବରୁ ମିଳିଛି। ଅନ୍ୟ ଏକ ପ୍ରସ୍ତର କେନ୍ଦ୍ରରେ ରନ୍ଧ୍ର ଥିବାର ମଧ୍ୟ ଦେଖାଯାଏ।

ଏଥିସହିତ କାରୁକାର୍ଯ୍ୟପୂର୍ଣ୍ଣ ଖୋଦିତ ପ୍ରସ୍ତର ମଧ୍ୟ ମିଳିଛି। ପ୍ରାଚୀନ ପ୍ରସ୍ତର ଯୁଗର ପ୍ରସ୍ତର ବ୍ୟତୀତ ଅନେକ ପ୍ରାଚୀନ ଭଙ୍ଗା ମାଟିହାଣ୍ଡି ଖପରାମାନଙ୍କ ଏକ ଚିତ୍ରିତ ମାଟି ନିର୍ମିତ ଦୀପ ମଧ୍ୟ ଏଠାରୁ ମିଳିଛି। ସେଥିମଧ୍ୟରେ କଳା ଓ ନାଲି ରଙ୍ଗର ଖପରା ସାଙ୍ଗକୁ ଅନ୍ୟାନ୍ୟ ବିଶେଷ କିଛି ଖପରା ରହିଛି। ଏହି ଖପରାଖଣ୍ଡଗୁଡ଼ିକ ସାମ୍ଭାବ୍ୟ ଆମ୍ବଫୋରାର ଅଂଶ ହୋଇପାରେ। ଯେଉଁଗୁଡ଼ିକ ପ୍ରାଚୀନ ଐତିହାସିକ ଯୁଗର ଅନ୍ତେଦେଶୀୟ ନୌବାଣିଜ୍ୟ ସଙ୍କେତ ଭାବରେ ଧରାଯାଇପାରେ। ପ୍ରାଚୀ କୂଳରେ ଅବସ୍ଥିତି ଅମଣାକୁଦ ଓ ବୋଇତକୁଦ ପ୍ରଭୃତି ପ୍ରାଚୀନ ନୌବାଣିଜ୍ୟର ସ୍ଥଳୀ ଭାବରେ ଗଣନା କରାଯାଏ।

ଏହି ଦୃଷ୍ଟିକୋଣରୁ ପ୍ରାଚୀ ନଦୀର ଉପର ମୁଣ୍ଡର ପାହଳ ଗ୍ରାମରୁ ମିଳିଥିବା ଉକ୍ତ ପ୍ରତ୍ନତାତ୍ତିକ ବସ୍ତୁ ସମୂହକୁ ଯୋଡ଼ାଯାଇ ଦେଖାଯାଇଥିଲା। ପାଖାପାଖି ୫ଫୁଟ ତଳେ ବଉଳମାଳା ପଥରରର ଏକ ଦୁଇଥାକ ବିଶିଷ୍ଟ ଚଟାଣ ରହିଛି। ଯେଉଁଥିରେ ଗେଙ୍ଗୁଡ଼ି ପଥରର ବ୍ୟବହାର କରାଯାଇଥିବାର ଦେଖିବାକୁ ମିଳିଛି ବୋଲି ସହକାରୀ ପ୍ରଫେସର ପ୍ରକାଶ କରିଛନ୍ତି।

kalyan agarbati

Comments are closed.