www.samajalive.in
Wednesday, November 19, 2025
26.1 C
Bhubaneswar

ପାକିସ୍ତାନରେ ଥିବା ଖାଲିସ୍ତାନୀ ଆତଙ୍କବାଦୀ କମାଣ୍ଡୋ ମୁଖ୍ୟ ପରମଜିତ ସିଂଙ୍କୁ ହତ୍ୟା

ଲାହୋର- ପାକିସ୍ତାନରେ ଆଇଏସ୍‌ଆଇର ଶରଣରେ ଥିବା ଖାଲିସ୍ତାନ ଆତଙ୍କବାଦୀ କମାଣ୍ଡୋ ପରମଜିତ୍‌ ସିଙ୍କୁ ଗୁଳି କରି ହତ୍ୟା । ସେ ଖାଲିସ୍ତାନ କମାଣ୍ଡୋ ଫୋର୍ସ ନାମକ ଆତଙ୍କବାଦୀ ସଂସ୍ଥାର କମାଣ୍ଡୋ ମୁଖ୍ୟ ଥିଲା । ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଏବଂ ହିରୋଇନ୍‌ ସହ ନିଶା ଦ୍ରବ୍ୟ ଚୋରା କାରବାରରୁ ସେ ଅର୍ଥ ସଂଗ୍ରହ କରୁଥିଲା । ଭାରତ ବିରୋଧରେ ତାକୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ସମର୍ଥନ ମିଳୁଥିଲା । ତାକୁ ପାକିସ୍ତାନରେ ଥିବା ଜୋହର ନାମକ ସହରରେ ଦୁଇ ଜଣ ଅଜ୍ଞାତ ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଛନ୍ତି । ତାକୁ ସୁରକ୍ଷା ଦେଉଥିବା ବନ୍ଧୁକଧାରୀ ମଧ୍ୟ ଏହି ଆକ୍ରମଣରେ ଆହତ ହୋଇଛି ।

ଡ୍ରୋନ ସାହାଯ୍ୟରେ ସେ ଭାରତ ସୀମା ଭିତରକୁ ଏବଂ ପଞ୍ଜାବର ବିଭିନ୍ନ ସ୍ଥାନରୁ ଚୋରା ଅସ୍ତ୍ରଶସ୍ତ୍ର ସହ ନିଶାଦ୍ରବ୍ୟ ଚାଲାଣ କରୁଥିଲା । ୧୯୯୦ରୁ ସେ ଏହି କାମରେ ଲିପ୍ତ ଥିଲା । ଏହା ସହ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପରୁ ପ୍ରୋତ୍ସାହନ ଦେବା ସହ ବିଭିନ୍ନ ଶିଖ୍‌ ଯୁବକଙ୍କୁ ପ୍ରବର୍ତ୍ତାଉଥିଲା । ପାକିସ୍ତାନ ସରକାର ପରମଜିତ୍‌ ପାକିସ୍ତାନରେ ନାହିଁ ବୋଲି ବାରମ୍ବାର କହୁଥିଲେ । ତାର ସ୍ତ୍ରୀ ଏବଂ ପିଲାମାନେ ଜର୍ମାନରେ ଥିବା ବେଳେ ସେ ପାକିସ୍ତାନରେ ରହି ଆତଙ୍କବାଦୀ କାର୍ଯ୍ୟକଳାପ କରୁଥିଲା ।

Hot this week

ପୁଣି ବଡ ଏନକାଉଣ୍ଟର : ୭ ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ର ଆଲୁରୀ ସୀତାରାମ...

ରଣଜୀ ଟ୍ରଫି: ଓଡ଼ିଶାର ବଡ଼ ସ୍କୋର୍‌; ୪୬୫ ରନ୍‌ ଲକ୍ଷ୍ୟର ପିଛାକରି ନାଗାଲାଣ୍ଡ ୧/୪୧

କଟକ: ଭୁବନେଶ୍ବରର କିଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ମଙ୍ଗଳବାର...

ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣ: ୧୧ହମାସ ଆତଙ୍କବାଦୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ...

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

Related Articles

Popular Categories