ପାକିସ୍ତାନରେ ସିଆ-ସୁନ୍ନି ବିବାଦ, ଗଲାଣି ୪୮ ଜୀବନ
ଡେସ୍କ: ଅନ୍ୟ ଦେଶ ବିଶେଷ କରି ଭାରତରେ ସବୁ ସମୟରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରୁଥିବା ପାକିସ୍ତାନର ଉତର-ପଶ୍ଚିମ ଆଦିବାସୀ ଜିଲ୍ଲାରେ ଅଶାନ୍ତି ଦେଖାଦେଇଛି। ଭୂମି ବିବାଦକୁ ନେଇ ସୁନି ଓ ସିଆ ଜନଜାତିଙ୍କ ମଧ୍ୟରେ ସଂଘର୍ଷରେ ଏବେ ସୁଦ୍ଧା ୪୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ବିବିସି ରିପୋର୍ଟ ଅନୁସାରେ ସ୍ଥାନୀୟ ଜନଜାତି ଜିରଗାର ସହାୟତା ଓ ସମର୍ଥନରେ ଯୁଦ୍ଧରତ ଜନଜାତି ଗତ ସୋମବାର ଅସ୍ଥାୟୀ ଯୁଦ୍ଧ ବିରତି ଘୋଷଣା କରିଛନ୍ତି।
ଅସ୍ଥିର ପାହାଡ କୁରମ ଅଂଚଳରେ ଗତ କିଛି ଦଶନ୍ଧିରେ ଜନଜାତି ଓ ଧାର୍ମିକ ଗୋଷ୍ଠୀ ମଧ୍ୟରେ ସଂପ୍ରଦାୟିକ ବିବାଦ ଓ ଆତଙ୍କବାଦୀ ଆକ୍ରମଣ ହୋଇଛି। ସରକାରଙ୍କ ଗୃହ ଓ ଆଦିବାସୀ ମାମଲାର ବିଭାଗ ଅନୁସାରେ, ବର୍ତମାନ କୁରମରେ ୮ଟି ବଡ ସଂଘର୍ଷ ଦେଖିବାକୁ ମିଳିଛି। ଗତ ସପ୍ତାହ ସିଆ ଓ ସୁନୀର ଦୁଇ ପରିବାର ମଧ୍ୟରେ ଏକ ସମ୍ପତ୍ତିର ମାଲିକାନାକୁ ନେଇ ଝଗଡ଼ା ଆରମ୍ଭ ହୋଇଥିଲା।
ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:
ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ:
https://chat.whatsapp.com/8tkc88wC0L7089V56S8SyG
https://chat.whatsapp.com/K41LU4b2UqfBkJrbOSIO4z
ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:
Comments are closed.