www.samajalive.in
Monday, December 15, 2025
26.1 C
Bhubaneswar

୨୦ଟି ବଗି ଛାଡ଼ି ପଳାଇଲା ଟ୍ରେନ

ସମାଜ ଡିଜିଟାଲ ଡେସ୍କ: ୨୦ଟି ବଗି ଛାଡ଼ି ପଳାଇଲା ମାଲଗାଡ଼ି ଇଞ୍ଜିନ। ମାତ୍ର ୫ଟି ବଗିକୁ ନେଇ ୩ କିଲୋମିଟର ପର୍ଯ୍ୟନ୍ତ ଚାଲିଗଲା ଇଞ୍ଜିନ। ପଛରେ ବଗି ନ ଥିବା ଜଣାପଡ଼ିବା ପରେ ଡ୍ରାଇଭର ନାରଙ୍ଗାବାଦଠାରେ ଟ୍ରେନକୁ ଅଟାଇଥିଲେ। ଫଳରେ ଟ୍ରେନର ବଗିଗୁଡ଼ିକ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା।

ମିଳିଥିବା ସୂଚନା ଅନୁସାରେ, ୨୫ଟି ବଗି ଲାଗିଥିବା ଏହି ମାଲଗାଡ଼ିଟି ଭଦ୍ରକରୁ ଖଡ଼ଗପୁର ଯାଉଥିଲା। ବସ୍ତା-ଅମର୍ଦ୍ଦାରୋଡ ରେଳ ଲାଇନରେ  ନାରଙ୍ଗାବାଦଠାରେ ମାଲଗାଡିରୁ ୨୦ଟି ବଗି ଅଲଗା ହୋଇଯାଇଥିଲା। କିପରି ବଗିଗୁଡ଼ିକ ଅଲଗା ହେଲା ତାହା ଜଣାପଡ଼ି ନ ଥିବାବେଳେ ଇଞ୍ଜିନଟି ପ୍ରାୟ ୩ କିଲୋମିଟର ଯିବା ପରେ ମାଲଗାଡ଼ିରେ ଅବଶିଷ୍ଟ ବଗି ନ ଥିବା ଜଣାପଡ଼ିଥିଲା। ଫଳରେ ଡ୍ରାଇଭର ଟ୍ରେନକୁ ଅଟକାଇଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories