www.samajalive.in
Monday, December 15, 2025
26.1 C
Bhubaneswar

ମାଟିରେ ଦବିଗଲା ୩ଟି ଗାଁ, ୱାୟନାଡ ଭୂସ୍ଖଳନ ପରେ ମୃତଦେହ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ

ଡେସ୍କ: କେରଳର ୱାୟନାଡ ଜିଲ୍ଲାରେ ଘଟିଥିବା ଭୂସ୍ଖଳନ ଯୋଗୁ ଘୋଷିତ ହୋଇଥିବା ଦୁଇ ଦିବସୀୟ ଶୋକର ଆଜି ଶେଷ ଦିନ। ସୂଚନା ଅନୁଯାୟୀ, ଏବେ ସେଠାରେ ୩ଟି ଗାଁର ଲୋକଙ୍କୁ ଠାବ କରିବା ଲାଗି ଉଦ୍ଧାରକାରୀ ଦଳଗୁଡିକ ପକ୍ଷରୁ ତଲାସି ଅଭିଯାନ ଜାରି ରହିଛି। ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେରଳ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏବେ ସୁଦ୍ଧା ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ୱାୟନାଡ କେରଳର ପାହାଡିଆ ଜିଲ୍ଲା ହୋଇଥିବାରୁ କିଛି ଘଣ୍ଟା ବ୍ୟବଧାନରେ ୨ଥର ଭୂସ୍ଖଳନ ଯୋଗୁ ୩ଟି ଗାଁ ନିଶ୍ଚିହ୍ନ ହୋଇଯାଇଛି। ଇତି ମଧ୍ୟରେ ସୀମାନ୍ତବର୍ତୀ ମଲପୁରମ ଜିଲ୍ଲାର ପୋଥୁକଲ୍ଲୁ ଅଂଚଳ ନିକଟରେ ଚଲିୟାର ନଦୀରୁ ୨୫ଟି କ୍ଷତବିକ୍ଷତ ଅଙ୍ଗ ଓ ୱାୟନାଡାର ଚୁରଲମାଲାରୁ ୪ଟି କ୍ଷତବିକ୍ଷତ ମୃତଦେହ ମିଳିଛି।

ସିଟିଇଟି ଫଳ ପ୍ରକାଶ କଲା ସିବିଏସଇ

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories