www.samajalive.in
Sunday, December 7, 2025
26.1 C
Bhubaneswar

ଶ୍ରୀଲଙ୍କା ବାଟରେ ପାକିସ୍ତାନ; ଦୋହଲିଲାଣି ଅର୍ଥନୈତିକ ବ୍ୟବସ୍ଥା !

ଇସଲାମବାଦ: ଧୀରେ ଧୀରେ ଅର୍ଥନୈତିକ ସ୍ତରରେ ଦୁର୍ବଳ ହେଉଛି ପାକିସ୍ତାନ । ଅର୍ଥନୈତିକ ସଙ୍କଟ ମଧ୍ୟରେ ପାକ୍‌ ଛେନ୍ଦି ହୋଇଯାଇଛି । ଶ୍ରୀଲଙ୍କା ପରେ ପାକିସ୍ତାନରେ ଅର୍ଥନୈତିକ ସଂକଟ ଦେଖାଦେଲାଣି । କାରଣ ବାଣିଜ୍ୟ କ୍ଷେତ୍ରରେ ପାକିସ୍ତାନ ଦୁର୍ବଳ ହେଉଛି । ଗତ ଆର୍ଥିକ ବର୍ଷରେ ପାକିସ୍ତାନ ବାଣିଜ୍ୟ କାରବାର ୪୮.୬୬% ବିଲିୟନ ଡଲାରରେ ପହଞ୍ଚିଛି । ଯାହାକି ଗୋଟିଏ ବର୍ଷ ପୂର୍ବରୁ ୩୦.୯୬ ବିଲିୟନ ଡରାର ରହିଥିବା ବେଳେ ଏହା ୫୭ ପ୍ରତିଶତକୁ ବୃଦ୍ଧି ପାଇଛି ।

ପାକିସ୍ତାନର ଏକ ଖବରକାଗଜ ‘ଦ ଡନ୍‌’ ଏନେଇ କିଛି ତଥ୍ୟ ପ୍ରକାଶ କରିଛି । ରିପୋର୍ଟ ଅନୁଯାୟୀ ଶାହାବାଜ ସରିଫ ସରକାର ମେ’ ମାସରେ ୮ଶହରୁ ଅଧିକ ବିଳାଶପୂର୍ଣ୍ଣ ସାମଗ୍ରୀ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ହେଲେ ତଥାପି ପାକିସ୍ତାନରେ ବାଣିଜ୍ୟ କରାବାରରେ ନିଅଣ୍ଟ ଦେଖାଦେଇଛି ।

- Advertisement -

‘ଦ ଡନ୍‌’ ପ୍ରକାଶ କରିଥିବା ରିପୋର୍ଟରେ ଗତ ଜୁନ ମାସରେ ପାକିସ୍ତାନ ବାଣିଜ୍ୟ କାରବାରରେ ବ୍ୟାପକ କ୍ଷତି ଦେଖାଦେଇଛି । କ୍ଷତି ୩୨ ପ୍ରତିଶତରୁ ବୃଦ୍ଧି ଘଟି ୪.୮୪ ବିଲିୟନ ଡଲାରରେ ପହଞ୍ଚିଛି । ମାତ୍ର ଗୋଟିଏ ବର୍ଷ ପୂର୍ବରୁ ଅର୍ଥାତ୍‌ ଗତବର୍ଷ ଜୁନ୍‌ ମାସରେ ଏହା ୩.୬୬ ବିଲିୟନ ଡଲାର ରହିଥିଲା ।

ଏହି କାରଣରୁ କିଛି ଦିନ ପୂର୍ବରୁ ପାକିସ୍ତାନରେ ପେଟ୍ରୋଲ ଡିଜେଲ ଦର ଅହେତୁକ ବୃଦ୍ଧି ଘଟିଥିଲା । ଲିଟର ପିଛା ୧୪ରୁ ୧୯ଟଙ୍କା ଯାଏ ବୃଦ୍ଧି ପାଇଥିଲା ।  ବର୍ତ୍ତମାନ ପାକିସ୍ତାନରେ ପେଟ୍ରୋଲ ଲିଟର ପ୍ରତି ୨୪୮.୭୪ ପଇସା ରହିଥିବା ବେଳେ ଡିଜେଲ ମଧ୍ୟ ୨୫୦ଟଙ୍କା ଅତିକ୍ରମ କରିଛି । ଅନ୍ୟାନ୍ୟ ପେଟ୍ରୋଲିୟମ ସାମଗ୍ରୀ ଦର ମଧ୍ୟ ଅହେତୁକ ବୃଦ୍ଧି ପାଇଛି ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories