www.samajalive.in
Saturday, December 6, 2025
16.1 C
Bhubaneswar

ପାକିସ୍ତାନ: ଟ୍ରେନ୍‌ରେ ବିସ୍ଫୋରଣ, ୨ ମୃତ ଓ ୪ ଗୁରୁତର

ପେଶାୱର: ପାକିସ୍ତାନରେ ଗୁରୁବାର ସକାଳେ ଏକ ଟ୍ରେନରେ ବିସ୍ଫୋରଣ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ବେଲୁଚିସ୍ତାନର କ୍ଵେଟା ଯାଉଥିବା ଜାଫର ଏକ୍ସପ୍ରେସରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି।

ସ୍ଥାନୀୟ ଗଣମାଧ୍ୟମ ସୂଚନା ମୁତାବକ, ପେଶାୱରରୁ କ୍ଵେଟା ଯାଉଥିବା ଜାଫର ଏକ୍ସପ୍ରେସ ଚିଚାୱତନୀ ରେଳ ଷ୍ଟେସନ ଦେଇ ଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଛି। ଇକୋନୋମୀ କ୍ଲାସର ୬ ନମ୍ବର ବଗିରେ ବିସ୍ଫୋରଣ ଘଟିଥିବା କୁହାଯାଉଛି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ।

- Advertisement -

ଏଠାରେ ଉଲ୍ଲେଖଯୋଗ୍ୟ, ଜାଫର ଏକ୍ସପ୍ରେସରେ ବିସ୍ଫୋରଣର ଏହା ଦ୍ବିତୀୟ ଘଟଣା। ଗତ ମାସ ଏହି ଟ୍ରେନରେ ଏଭଳି ଏକ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୮ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଏଥିସହ ବିସ୍ଫୋରଣ ଯୋଗୁଁ ଏକ୍ସପ୍ରେସର ଦୁଇଟି ବଗି ମଧ୍ୟ ଲାଇନଚ୍ୟୁତ ହୋଇଥିଲା।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories