www.samajalive.in
Saturday, December 6, 2025
23.1 C
Bhubaneswar

ଜବର ଦଖଲ ଉଚ୍ଛେଦ ନେଇ ରାସ୍ତାକାମ ବନ୍ଦ କଲେ ଗ୍ରାମବାସୀ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଭୂର୍ଶିପାଲି ମୁଖ୍ୟ କେନାଲରୁ ବାହାରିଥିବା ଭାଲୁପାଲି ଡିଷ୍ଟ୍ରିବ୍ୟୁଟାରିଠାରୁ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ପାଇଁ ଅଞ୍ଚଳବାସୀ ଅନେକ ଦିନରୁ ସପ୍ନ ଦେଖିଆସିଥିଲେ । ବହୁ ଦିନର ପ୍ରତୀକ୍ଷା ପରେ ଏବେ ଆର୍ ଡି ବିଭାଗ ଦ୍ଵାରା ଏହି ରାସ୍ତାର କଂକ୍ରିଟକରଣ କାମ ଆରମ୍ଭ ହୋଇଛି । କିନ୍ତୁ ଏହି ରାସ୍ତାରେ ଗଜଲକ୍ଷ୍ମୀ ରାଇସ ମିଲ୍ ସମ୍ମୁଖରେ ଥିବା ସରକାରୀ ଜମି ଉପରେ ଜବର ଦଖଲ କରି କିଶାନ ରାଉତ ଓ ପତ୍ନୀ ସୀତା ରାଉତ ବାହାରୁ ଆସି ଘର ତିଆରି କରିଛନ୍ତି । ଏପରିକି ରାସ୍ତା ଉପରେ ମଧ୍ୟ ଘରକୁ ବଢାଇ ତିଆରି କରୁଛନ୍ତି। ଏହି ଜବର ଦଖଲ ଉଚ୍ଛେଦ ଦାବିରେ ଗ୍ରାମବାସୀ ତଥା ସ୍ଥାନୀୟ ପଡ଼ାବାସୀ ରାସ୍ତା କାମ ବନ୍ଦ କରିଛନ୍ତି।

ସେମାନେ ତାଙ୍କୁ ବାରମ୍ବାର ବୁଝାଇଥିଲେ ରାସ୍ତା ଉପରୁ ଘର ହଟାଇବାକୁ । କାରଣ ରାସ୍ତାଟି ସେଠାରେ ସଂକୀର୍ଣ୍ଣ ହେବା ସହ ଲୋକଙ୍କ ଗମନା ଗମନ ଓ ଯାନ ବାହନ ଯିବା ଆସିବାରେ ମଧ୍ୟ ଅସୁବିଧା ହେବ । ଏହା ବ୍ୟତୀତ ରାସ୍ତା ଉପରେ ଘର କରି ନିୟମର ବିରୁଦ୍ଧାଚରଣ କରୁଛନ୍ତି । କିନ୍ତୁ ଉକ୍ତ ବ୍ୟକ୍ତି ଜଣକ କିଛି ନ ଶୁଣି ଓଲଟା ସମସ୍ତଙ୍କୁ ଗାଳି ଗୁଲଜ କରିଥିଲେ । ତେଣୁ ଗ୍ରାମବାସୀ ବାଧ୍ୟ ହୋଇ ଗତ ତା ୧୨/ ୧୨/୨୨ ରିଖ ଦିନ ଅତାବିରା ଥାନାରେ ଲିଖିତ ଅଭିଯୋଗ କରିବା ସହିତ ତହସିଲଦାରଙ୍କୁ ମଧ୍ୟ ଲିଖିତ ଭାବରେ ଜଣାଇ ଥିଲେ । ଏହାପରେ ଟୋପର ରାଜସ୍ବ ନିରୀକ୍ଷକ ଉକ୍ତ ସ୍ଥାନକୁ ଯାଇ ପଚରା ଉଚରା କରି ଘଟଣାର ସତ୍ୟାସତ୍ୟ ବୁଝିଥିଲେ । କିନ୍ତୁ ଦୀର୍ଘ ଦୁଇ ମାସ ପରେ ମଧ୍ୟ ଆଜି ସୁଦ୍ଧା କିଛି ରିପୋର୍ଟ ତହସିଲଦାରଙ୍କ ପାଖରୁ ଆସିନଥିବା ଜଣା ପଡିଛି। ତେଣୁ ଗ୍ରାମବାସୀ ଓ ପଡ଼ାବାସୀ ଏହି ରାସ୍ତା କାମକୁ ସଂପୂର୍ଣ୍ଣ ବନ୍ଦ କରିଥିଲେ । ଖବର ପାଇ ବୁଧବାର ସନ୍ଧ୍ୟାରେ ତହସିଲଦାର ଶ୍ୱେତପଦ୍ମା ଯୋଶୀ, ଅତିରିକ୍ତ ତହସିଲଦାର ରଞ୍ଜନ ଦାଶ ଓ ରାଜସ୍ବ ନୀରିକ୍ଷକ ସୁମିତ କୁମାର ରେବେନ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତହସିଲଦାରଙ୍କ ଉପସ୍ଥିତିରେ ଉକ୍ତ ଜବରଦଖଲକାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା । ରାସ୍ତାକୁ ପୁଣି ଥରେ ମାପ ଜୁଖ କରାଯାଇଥିଲା । ଶେଷରେ ଉକ୍ତ ବ୍ୟକ୍ତି ଜଣକ ରାସ୍ତାରୁ ଘର ହଟାଇବାକୁ ରାଜି ହୋଇ ଦୁଇ ଦିନର ସମୟ ଅବଧି ମାଗିଛନ୍ତି। ଦୁଇ ଦିନ ଭିତରେ ତାଙ୍କ ଘରକୁ ରାସ୍ତା ଉପରୁ ହଟାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ଘର ନ ହଟିବା ଯାଏଁ ରାସ୍ତାକାମ ବନ୍ଦ ରହିବ ବୋଲି ଗ୍ରାମବାସୀ ଅଡି ବସିଛନ୍ତି । ଏବେ ବି ରାସ୍ତା କାମ ବନ୍ଦ ରହିଛି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories