www.samajalive.in
Saturday, December 6, 2025
17.1 C
Bhubaneswar

ମିଶନ ଶକ୍ତି ଋଣ ମେଳା ; ୧୮୦୦ ଏସଏଚଜି ପାଇଲେ ୪୧ କୋଟି ଟଙ୍କା

ଟିଟିଲାଗଡ଼ : ସ୍ଥାନୀୟ ବାଳକ ହାଇସ୍କୁଲ ପଡିଆ ଠାରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଛି । ଏଥିରେ ୧୮୦୦ ମହିଳା ଗୋଷ୍ଠୀଙ୍କୁ ପ୍ରାୟ ୪୧ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶେଷ ବାର୍ତ୍ତା ଏଲଇଡ଼ି ଟିଭି ଜରିଆରେ ପ୍ରଦର୍ଶିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଜିଲ୍ଲାର ମହିଳା ଗୋଷ୍ଠୀଙ୍କୁ ଆହୁରି ସଶକ୍ତ ହେବାକୁ ଶୁଭେଚ୍ଛା ଜଣାଇଥିଲେ । ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେନ ଆଭାସୀ ଜରିଆରେ କାର୍ୟ୍ୟକ୍ରମରେ ସାମିଲ ହୋଇ ଉପସ୍ଥିତ ମହିଳା ଗୋଷ୍ଠୀ ସଦସ୍ୟାଙ୍କୁ ସମ୍ବୋଧିତ କରିଥିଲେ । ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଉପାଧ୍ୟକ୍ଷା ମାଳତୀ ମାଝୀ ଜିଲାପାଳ ଚଞ୍ଚଳ ରାଣା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂ ପ୍ରମୁଖ ମଞ୍ଚାସିନ ଥିଲେ। ମନ୍ତ୍ରୀ ଶ୍ରୀମତି ସାହୁ ଏହି ଅବସରରେ ଜିଲାରେ ସଶକ୍ତି ନେଇ ଉଲ୍ଲେଖନୀୟ କାର୍ୟ୍ୟ କରିଥିବା ମହିଳା ଗୋଷ୍ଠୀଙ୍କୁ ସମ୍ମାନିତ କରିଥିଲେ। ବିଭିନ୍ନ ବ୍ୟାଙ୍କ ପକ୍ଷରୁ ମଞ୍ଜୁର ୨ରୁ ୧୨ ଲକ୍ଷ ଟଙ୍କା ଲେଖାଏଁ ଋଣ ମନ୍ତ୍ରୀ ବଣ୍ଟନ କରିଥିଲେ ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories