www.samajalive.in
Saturday, December 6, 2025
23.1 C
Bhubaneswar

ଆସୁଛି ବହୁପ୍ରତୀକ୍ଷିତ ଓଡିଆ ସିନେମା ‘ମାମା ୱେଡ୍‌‌ସ୍‌‌ ପାପା’

ଭୁବନେଶ୍ୱର : ମୁକ୍ତିଲାଭ କରିବାକୁ ଯାଉଛି ଚଳିତ ବର୍ଷର ବହୁପ୍ରତୀକ୍ଷିତ ଓଡିଆ ସିନେମା ‘ମାମା ୱେଡ୍‌‌ସ୍‌‌ ପାପା’। ୧୭ ଫେବ୍ରୁଆରୀରେ ମୁକ୍ତିଲାଭ କରିବ ‘ମାମା ୱେଡ୍‌‌ସ୍‌‌ ପାପା’। ପ୍ରଯୋଜନା ସଂସ୍ଥା ଶ୍ରୀହାନ ସିନେକ୍ରିଏସନ ପକ୍ଷରୁ ସ୍ଥାନୀୟ ପ୍ରେସ୍‌‌ କ୍ଲବ ଠାରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରାଯାଇଛି। ଏହି ଅବସରରେ ଚଳଚ୍ଚିତ୍ର କଳାକାର ଓ ଟେକ୍ନିସିଆନଙ୍କ ସମେତ ଚଳଚ୍ଚିତ୍ର ଶିଳ୍ପ ସହ ସମ୍ପୃକ୍ତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ‘ମାମା ୱେଡ୍‌‌ସ୍‌‌ ପାପା’ ପ୍ରାୟ ୩୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ନେଇ ସୂଚନା ପ୍ରଦାନ କରାଯାଇଛି।

- Advertisement -

ଶ୍ରୀହାନ ସିନେକ୍ରିଏସନ ନିବେଦିତ ତଥା ବି.ଚନ୍ଦ୍ରପ୍ରିୟ ସୁବୁଦ୍ଧିଙ୍କ ପ୍ରଯୋଜିତ ଓ ଆପୁ କାନୁନଗୋ ନିର୍ଦ୍ଦେଶିତ ‘ମାମା ୱେଡ୍‌‌ସ୍‌‌ ପାପା’ର କାହାଣୀ ବେଶ୍‌‌ ନିଆରା। ସାଧାରଣତଃ ବାପା ମାଆ ମାନେ ପିଲାଙ୍କ ବାହାଘର କରିଥାଆନ୍ତି। ମାତ୍ର ଏଠି କାହାଣୀ ଟିକେ ଭିନ୍ନ। ଏଠାରେ ଏକ କୁନ ଝିଅ ତା’ବାପା ଓ ମାଆଙ୍କର ବାହାଘର କରାଉଛି। ଏପରି ଏକ ରୋଚକ କଥାବସ୍ତୁ ଉପରେ ଏହି ଚଳଚ୍ଚିତ୍ର ଆଧାରିତ। ପ୍ରେମ ଓ ପାରିବାରିକ ପୃଷ୍ଠଭୂମି ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଆକ୍ସନ,ଇମୋସନ, ରୋମାନ୍ସ ସବୁକିଛି ଭରପୁର ରହିଛି, ଯାହା ଦର୍ଶକଙ୍କୁ ହୃଦୟକୁ ସ୍ପର୍ଶ କରିବ।

ଏହି ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅଭିଷେକ ଓ ନାୟିକା ଭୂମିକାରେ ରୀତିଶା ରହିଛନ୍ତି। ଅନ୍ୟତମ ନାୟିକା ସାଜିଛନ୍ତି ପ୍ରିୟଙ୍କା ପାଣିଗ୍ରାହୀ। ଏହାସହ ବଲିଉଡ ଅଭିନେତା କ୍ରିଷ୍ଣା ଅଭିଷେକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଯାହା ଏହି ଚଳଚ୍ଚିତ୍ର ପାଇଁ ୟୁଏସପି ସାଜିବ। ଅନ୍ୟାନ୍ୟ ଚରିତ୍ରରେ ଜ୍ୟୋତି ମିଶ୍ର, ଦେବୁ ପଟ୍ଟନାୟକ, ପ୍ରଜ୍ଞା, ଡ ରଜନୀରଞ୍ଜନ, ଗୁଡୁ, ଐଶ୍ୱର୍ଯ୍ୟା ଏବଂ ଶିଶୁ କଳାକାର ମୁନ୍ନି ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର କାହାଣୀ ଓ ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ଯୁବ ନିର୍ଦ୍ଦେଶକ ଆପୁ କାନୁନଗୋ, ସଂଳାପ ଚିନ୍ମୟ ଦାଶ ପଟ୍ଟନାୟକ, ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ଗୀତ ଗୁଡିକୁ ସଙ୍ଗୀତରେ ସଜାଇଛନ୍ତି ଅସାଦ ନିଜାମ। ଅନେକ ଦିନ ପରେ ପରିବାରର ସମସ୍ତେ ବସି ଏକାଠି ଦେଖିବା ଭଳି ଏକ ସିନେମା ଆସୁଥିବାରୁ ଦର୍ଶକ ବେଶ ଉତ୍କଣ୍ଠା ସହ ଅପେକ୍ଷା କରିଛନ୍ତି।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories