www.samajalive.in
Sunday, December 7, 2025
15.1 C
Bhubaneswar

ଅବିଶ୍ୱସନୀୟ : ନୀଳଗିରିରେ ବଢୁଛି ଶିବଲିଙ୍ଗ.. ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ

ନୀଳଗିରି: ବଢ଼ୁଛି ଶିବଲିଙ୍ଗ । ଖୋଲା ଆକାଶ ତଳେ ତଥା ନୀଳଗିରିର ପ୍ରକୃତି କୋଳରେ ଆବିର୍ଭାବ ହୋଇଥିବା ୧୦ଫୁଟ୍‍ର ଶିବଲିଙ୍ଗଟି ଏବେ ୨୨ଫୁଟ୍‍  ରେ ପହଞ୍ଚିଛି । ଆଦିବାସୀ ପୂଜକ ଜପୁଛନ୍ତି ମହା ମୃତ୍ୟୁଞ୍ଜୟ ମନ୍ତ୍ର । ଏହି ଲିଙ୍ଗକୁ ଏସିଆ ମହାଦେଶର ସର୍ବବୃହତ୍ତମ ଲିଙ୍ଗ ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି ।
ବାଲେଶ୍ୱର ଜିଲା ନୀଳଗିରିର ମହିଷାପଟ୍ଟା ପଞ୍ଚାୟତ ଅଧୀନ ଶାଳବଣି ଗାଁରେ ଆବିର୍ଭାବ ହୋଇଛନ୍ତି ବାବା ଜଟାଧାରୀ । ପ୍ରାୟ ୮୦/ ୮୫ବର୍ଷ ତଳୁ ସେହି ଗାଁର ରୁହ୍ୟା ସିଂଙ୍କୁ ସ୍ୱପ୍ନାଦେଶ ହେବା ପରେ ସେ ୨ଟି ବରଡ଼ାଳ ମାଟିରେ ପୋତିଥିଲେ । ତାଙ୍କ ଅନ୍ତେ ତାଙ୍କ ପୁଅ ସୁନା ସିଂଙ୍କ ପତ୍ନୀ ଚନ୍ଦ୍ରମଣି ଗର୍ଭବତୀ ଥିବା ସମୟରେ ଦେହ ରୋଗାକ୍ରାନ୍ତ ହୋଇ ଚାଲିଥିଲା । ଗୁଣିଗାରେଡ଼ି, ଅପାଣିଆ ପୂଜାରେ ଖର୍ଚ୍ଚ କରି ସେମାନେ ନୟାନ୍ତ ହୋଇ ପଡ଼ିଥିଲେ । ରୋଗାଗ୍ରସ୍ତ ପତ୍ନୀଙ୍କ  ଜନ୍ମ ନେଇଥିଲା ଏକ କୁନିଝିଅ । ଝିଅଟିକୁ ଯେତେବେଳେ ୫ବର୍ଷ । ହଠାତ ପରିବାରରେ ଅଲୌକିକ ଘଟଣାମାନ ଘଟି ଚାଲିଥିଲା । ଝିଅର ବୟସ ୮ବର୍ଷ ହୋଇଥିବା ସମୟରେ କାର୍ତ୍ତିକ ମାସ ଗୁରୁବାର ଦିନ ସେ ମାଟି କଳସୀ ନେଇ ନିକଟସ୍ଥ ଏକ ଚୁଆକୁ ପାଣି ଆଣିବାକୁ ବାହାରିଥିଲା । ସନ୍ଧ୍ୟା ସୁଧା ଝିଅଟି ଘରକୁ ନଫେରିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ । ରାତିରେ ଚାରିଆଡ଼େ ଲଣ୍ଠନ ଓ ଟର୍ଚ୍ଚ ମାରି ଦେଖିବା ପରେ କନ୍ୟାଟି ଜଟାଧାରୀ ବାବାଙ୍କ ମସ୍ତକ ଉପରେ ଧ୍ୟାନମଗ୍ନ ଅବସ୍ଥାରେ ବସି ଓଁକାର ମନ୍ତ୍ର ଜପୁଥାଏ । ରାତିସାରା ବର୍ଷାରେ ଭିଜି ଶିବମନ୍ତ୍ର ଜପ କରୁଥିବା ଏହି ବାଳିକା ଭୋର ସମୟରେ ଶିବଲିଙ୍ଗ ଉପରେ ଶୋଇ ପଡ଼ିଥିଲା । ଏତେ ଉଚ୍ଚ ଶିବଲିଙ୍ଗ ଉପରକୁ କୁନି ବାଳିକାଟି ଚଢ଼ିବା କାଠିକର ପାଠ ଥିଲା । କିନ୍ତୁ ସେ ଉପରକୁ ଗଲା କେମିତି ଏବଂ ଓହ୍ଲାଇବ କେମିତି ବୋଲି ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଭୟ ମଧ୍ୟ ସୃଷ୍ଟି ହୋଇଥିଲା । କିନ୍ତୁ ଅକ୍ଳେଶରେ ଝିଅଟି ଉପରକୁ ହାତ ଟେକିବାରୁ ଜେଜେ ପୋତିଥିବା ବର ଡ଼ାଳଟି ତା’ ଆଡ଼କୁ ଚାଲି ଆସିଥିଲା । ଆଉ ସେ ସହଜରେ ତଳକୁ ଓହ୍ଲାଇ ପାରିଥିଲା । କିଛି ଦିନ ପରେ ଏହି ବାଳିକାର ଦେହାନ୍ତ ହୋଇଯାଇଥିଲା ।
ବାରମ୍ବାର ଶିବଙ୍କ ସ୍ୱପ୍ନାଦେଶ ପାଇ ମୃତ ବାଳିକାର ପିତା ସୁନା ସିଂ ସମ୍ପ୍ରତି ସେଠାରେ ଶୈବ ପୂଜକ ପାଲଟି ଯାଇଛନ୍ତି । ଜପୁଛନ୍ତି ମହା ମୃତ୍ୟୁଞ୍ଜୟ ମନ୍ତ୍ର । ଏଠି  ଆଦିବାସୀ ଓ ଭୂମିଜ ସମ୍ପ୍ରଦାୟର ଲୋକେ ଶୈବ ପୂଜାର୍ଚ୍ଚନା କରୁଛନ୍ତି । ନିସ୍ତବ୍ଧ ରାତିରେ ଉକ୍ତ ଶୈବପୀଠରେ ଘଣ୍ଟା, ମୃଦଙ୍ଗ ବାଜିବା ଭଳି ଶବ୍ଦ ଅଞ୍ଚଳବାସୀଙ୍କ କାନରେ ପଡ଼ିଛି । ଗୁଣି ଗାରେଡ଼ିକୁ ବିଦାୟ ଦେଇ ବାବା ଜଟାଧାରୀଙ୍କୁ ଡ଼ାକିଲେ ଅଞ୍ଚଳବାସୀ ଆରୋଗ୍ୟ ହୋଇ ପାରୁଛନ୍ତି । ଏହି ଅଲୌକିକ ଖବର ପ୍ରଚାରିତ ହେବା ପରେ ନୀଳଗିରିର ଏହି ଆଦିବାସୀ ଅଞ୍ଚଳରେ ଥିବା ଶିବଲିଙ୍ଗକୁ ଦର୍ଶନ କରିବା ପାଇଁ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories