ପାକିସ୍ତାନ ନିର୍ବାଚନ – ସ୍ପଷ୍ଟ ହୋଇନି ଭୋଟ ଗଣତି ଫଳାଫଳ

ଡେସ୍କ: ପାକିସ୍ତାନରେ ପ୍ରାରମ୍ଭିକ ନିର୍ବାଚନ ଫଳାଫଳରେ ପାକିସ୍ତାନ ମୁସଲିମ ଲିଗ୍, ପାକିସ୍ତାନ ପିପୁଲ୍ସ ପାର୍ଟି ଏବଂ ପାକିସ୍ତାନ ତେହରିକ-ଏ-ଇନସାଫର ପ୍ରାର୍ଥୀମାନେ ପରସ୍ପରକୁ କଡ଼ା ଟକ୍କର ଦେଉଛନ୍ତି। ଗୁରୁବାର ରାଷ୍ଟ୍ରୀୟ ଓ ପ୍ରାଦେଶିକ ବିଧାନସଭା ପାଇଁ ମତଦାନ ଶେଷ ହେବାର ପ୍ରାୟ ୧୨ ଘଣ୍ଟା ପରେ ଫଳାଫଳ ଆସିବା ଆରମ୍ଭ ହୋଇଥିଲା।

ବିରୋଧୀଙ୍କୁ ସୀତାରମଣଙ୍କ ସମାଲୋଚନା, କହିଲେ ସବୁ କିଛି ପ୍ରମାଣ ସହିତ ଅଛି

ସେଠାକାର ସେନା କହିଛି ଯେ ମତଦାନରେ ବାଧା ସୃଷ୍ଟି କରିବା ଉଦ୍ଦେଶ୍ୟରେ ହୋଇଥିବା ଆକ୍ରମଣରେ ସାରା ଦେଶରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୯ ଜଣ ଆହତ ହୋଇଛନ୍ତି।

ସଂତୃପ୍ତ ମିଶ୍ର ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ନିଯୁକ୍ତ

ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ତେହରିକ-ଇ-ଇନସାଫ ସହ ଜଡ଼ିତ ସ୍ୱାଧୀନ ପ୍ରାର୍ଥୀମାନେ ୬୦ଟି, ପାକିସ୍ତାନ ମୁସଲିମ୍ ଲିଗ୍ ୪୩ଟି ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ୩୭ଟି ଏବଂ ଅନ୍ୟାନ୍ୟ ଦଳ ୬ଟି ଆସନରେ ବିଜୟୀ ହୋଇଛନ୍ତି। ମୋଟ ୧୪୬ଟି ଆସନର ଫଳାଫଳ ପ୍ରକାଶ ପାଇଥିବା ବେଳେ ଗୋଟିଏ ଆସନର ଫଳାଫଳକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ୧୧୯ଟି ଆସନର ଫଳାଫଳ ଏପର୍ଯ୍ୟନ୍ତ ଆସିନାହିଁ।

Comments are closed.