ସଂତୃପ୍ତ ମିଶ୍ର ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ନିଯୁକ୍ତ
ଡେସ୍କ: ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡଃ ସଂତୃପ୍ତ ମିଶ୍ରଙ୍କୁ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି। ଆଜି ଏ ନେଇ ଦଳୀୟ ବିଜ୍ଞପ୍ତି ପ୍ରକାଶ ପାଇଛି।ଆଜି ମଧ୍ୟ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ ସଂତୃପ୍ତ ମିଶ୍ର। ଏହା ଛଡା ସଞ୍ଜୟ କୁମାର ଦାସବର୍ମାଙ୍କୁ ମୁଖପାତ୍ର ଭାବେ ନିଯୁକ୍ତ କରିଛନ୍ତି ସଭାପତି।
୨୦୨୪ ନିର୍ବାଚନରେ ଭୋଟ ଦେବେ ୯୬.୮୮ କୋଟି, ୨ କୋଟିରୁ ଅଧିକ ଯୁବ ଭୋଟର ସାମିଲ
ଅନ୍ୟପକ୍ଷରେ ଜଗତସିଂହପୁର ଜିଲ୍ଲାର ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ବିଜୟକେତନ ସାହୁ, ସୁଦୀପ୍ତ କେଶରୀ ସାମଲ, କମାଲ ଜ୍ୟୋତି ଦାସ ଓ ଅଶୋକ ନାୟକଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାର ଦଳୀୟ କର୍ମକର୍ତ୍ତାମାନଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ଗାନ୍ଧୀ ପଣ୍ଡାଙ୍କୁ ଗଂଜାମ ଜିଲ୍ଲା ଉପାଧ୍ୟକ୍ଷ, ପ୍ରମୋଦ କୁମାର ମହାନ୍ତିଙ୍କୁ ଗଂଜାମ ଜିଲ୍ଲା ସମ୍ପାଦକ, ନାରାୟଣ ପ୍ରସାଦ ଜେନାଙ୍କୁ ଛତ୍ରପୁର ବିଧାନସଭା ଆସନ ପାଇଁ ପର୍ଯ୍ୟବେକ୍ଷକ ଓ ବିଜୟ କୁମାର ପାଲଟାସିଂଙ୍କୁ ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି।
Comments are closed.