Patra electronics

୨୦୨୪ ନିର୍ବାଚନରେ ଭୋଟ ଦେବେ ୯୬.୮୮ କୋଟି, ୨ କୋଟିରୁ ଅଧିକ ଯୁବ ଭୋଟର ସାମିଲ

ଡେସ୍କ: ଆଗାମୀ ସାଧାରଣ ନିର୍ବାଚନରେ ୯୬.୮୮ କୋଟି ଲୋକ ମତଦାନ କରିବା ପାଇଁ ପଞ୍ଜୀକୃତ ହୋଇଛନ୍ତି ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏଥିସହ ୧୮ରୁ ୨୯ ବର୍ଷ ବୟସ ବର୍ଗର ୨ କୋଟିରୁ ଅଧିକ ଯୁବ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ କରାଯାଇଛି।

ପ୍ରସ୍ତାବନାରୁ ‘ଧର୍ମନିରପେକ୍ଷ’ ଓ ‘ସମାଜବାଦୀ’ ଶବ୍ଦକୁ ହଟାଇବା ପାଇଁ ସୁବ୍ରମଣ୍ୟମ ସ୍ୱାମୀଙ୍କ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦୀର୍ଘ ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୪ର ପ୍ରୟାସ ପରେ ଭାରତୀୟ ନିର୍ବାଚନ ଆୟୋଗ ଦେଶର ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୨୦୨୪ ଜାନୁଆରୀ ପହିଲାକୁ ଯୋଗ୍ୟତା ତାରିଖ ଭାବେ ଭୋଟର ତାଲିକା ପ୍ରକାଶ କରିଛନ୍ତି। ଏଥିରେ ଜମ୍ମୁ-କଶ୍ମୀର ଏବଂ ଆସାମରେ ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ ପରେ ଭୋଟର ତାଲିକା ସଂଶୋଧନ ସଫଳ ଭାବେ ଶେଷ ହୋଇଛି। ରାଜନୈତିକ ଦଳଗୁଡ଼ିକର ସୁଚିନ୍ତିତ ଯୋଜନା, ସମନ୍ୱୟ ଏବଂ ଭାଗିଦାରୀରେ କରାଯାଇଥିବା ଏହି ପ୍ରୟାସ ଭୋଟର ତାଲିକାର ଅନ୍ତର୍ଭୁକ୍ତୀକରଣ, ସ୍ୱାସ୍ଥ୍ୟ ଏବଂ ଶୁଦ୍ଧତା ଦୃଷ୍ଟିରୁ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି ନିର୍ବାଚନ କମିଶନ କହିଛନ୍ତି। ଅନ୍ୟପକ୍ଷରେ ଲିଙ୍ଗ ଅନୁପାତ ୨୦୨୩ରେ ୯୪୦ ଥିବା ବେଳେ ୨୦୨୪ରେ ଏହା ୯୪୮କୁ ବୃଦ୍ଧି ପାଇଛି। ଭୋଟର ତାଲିକା ସଂଶୋଧନ ସହିତ ଭୋଟର ତାଲିକାର ଶୁଦ୍ଧତା ଉପରେ ଆୟୋଗ ଗୁରୁତ୍ୱାରୋପ କରିଛନ୍ତି।

ନିଜର ଜାତି ଓ ଧର୍ମ ସ୍ପଷ୍ଟ କରିପାରିବେ କି ରାହୁଲ ଓ ସୋନିଆ ଗାନ୍ଧୀ: ବିଜେପି ସାଂସଦ

ନୂଆ ତାଲିକା ଅନୁଯାୟୀ, ମହିଳା ଭୋଟର ପଞ୍ଜୀକରଣରେ ବୃଦ୍ଧି ଘଟିଛି, ଯାହା ନିର୍ବାଚନ ଢାଞ୍ଚା ମଧ୍ୟରେ ଲିଙ୍ଗଗତ ସମାନତା ଏବଂ ଅନ୍ତର୍ଭୁକ୍ତୀକରଣ ଦିଗରେ ମିଳିତ ପ୍ରୟାସକୁ ଦର୍ଶାଉଛି। ଭୋଟର ତାଲିକା ଲିଙ୍ଗ ଅନୁପାତ ସକାରାତ୍ମକ ଭାବେ ବୃଦ୍ଧି ପାଇଛି, ଯାହା ଦେଶର ଗଣତାନ୍ତ୍ରିକ ଢାଞ୍ଚା ଗଠନରେ ମହିଳାଙ୍କ ବଢୁଥିବା ଭୂମିକାକୁ ସୂଚାଉଛି। ମତଦାତା ତାଲିକାରେ ୨.୬୩ କୋଟିରୁ ଅଧିକ ନୂଆ ଭୋଟରଙ୍କୁ ସାମିଲ କରାଯାଇଛି, ସେମାନଙ୍କ ମଧ୍ୟରୁ ପ୍ରାୟ ୧.୪୧ କୋଟି ମହିଳା ଭୋଟର ଅଛନ୍ତି, ଯେଉଁମାନେ ନୂତନ ଭାବେ ପଞ୍ଜୀକୃତ ହୋଇଥିବା ପୁରୁଷ ଭୋଟରଙ୍କ ଠାରୁ ୧୫%ରୁ ଅଧିକ।

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଘର ଘର ଯାଞ୍ଚ ପରେ ୧ କୋଟି ୬୫ ଲକ୍ଷ ୭୬ ହଜାର ୬୫୪ ମୃତକଙ୍କ ନାମ ତାଲିକାରୁ ହଟାଇ ଦିଆଯାଇଥିବା ବେଳେ ନକଲି ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯାଇଛି। ଏଥିରେ ୬୭ ଲକ୍ଷ ୮୨ ହଜାର ୬୪୨ ମୃତ ଭୋଟର, ୭୫ ଲକ୍ଷ ୧୧ ହଜାର ୧୨୮ ସ୍ଥାୟୀ ସ୍ଥାନାନ୍ତରିତ/ଅନୁପସ୍ଥିତ ଭୋଟର ଏବଂ ୨୨ ଲକ୍ଷ ୫ ହଜାର ୬୮୫ ନକଲି ଭୋଟର ରହିଛନ୍ତି।

Comments are closed.