www.samajalive.in
Saturday, December 13, 2025
18.1 C
Bhubaneswar

ଓୟୁଏଟି ପରିସରରେ ‘ମିଲେଟ୍‌ ଶକ୍ତି କାଫେ’ ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶା ମିଲେଟ୍ସ ମିଶନ ଓ ମିଶନ ଶକ୍ତିର ମିଳିତ ଉଦ୍ୟମରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ‘ମିଲେଟ୍‌ ଶକ୍ତି କାଫେ’ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଓଡ଼ିଶାର ପୁଷ୍ଟିକର ଖାଦ୍ୟ ମିଲେଟ୍‌କୁ ସହରାଞ୍ଚଳବାସୀଙ୍କ ଖାଦ୍ୟଥାଳିରେ ସାମିଲ କରିବା ସହ ମିଲେଟ୍‌ର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏହି କାଫେ ଖୋଲାଯାଇଛି।

ମିଲେଟ୍ସ କାଫେର ଉଦଘାଟନ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ପୁଷ୍ଟିଶସ୍ୟର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ମିଲେଟ୍ସ ମିଶନ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି। ଲୋକମାନଙ୍କୁ ପୁଷ୍ଟିକର ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟ ଯୋଗାଇବା ସହ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ରୋଜଗାରକ୍ଷମ ହୋଇପାରିବେ। ଏହା ସହିତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପୁଷ୍ଟିକର ଖାଦ୍ୟ ପାଇପାରିବେ। ଯେପରି ଅଧିକ ସଂଖ୍ୟକ ଲୋକଙ୍କୁ ମିଲେଟ୍‌ ଖାଦ୍ୟ ପ୍ରତି ଆକୃଷ୍ଟ କରାଯାଇପାରିବ, ସେଥିପାଇଁ ଏହି କାଫେରେ ପୁଷ୍ଟିଶସ୍ୟରୁ ବିଭିନ୍ନ ଖାଦ୍ୟ ଉପଲବ୍ଧ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

- Advertisement -

ଏହି ମିଲେଟ୍‌ ଶକ୍ତି କାଫେର ପରିଚାଳନା ଦାୟିତ୍ୱ ଭୁବନେଶ୍ୱର ୱାର୍ଡ ନମ୍ବର ୫୧ଅଧିନରେ ଥିବା ସ୍ୱୟଂ ଶକ୍ତି ଆଞ୍ଚଳିକ ପରିଷଦର ମହିଳା ସଦସ୍ୟାମାନଙ୍କୁ ଦିଆଯାଇଛି । କାଫେରେ ମାଣ୍ଡିଆରୁ ପ୍ରସ୍ତୁତ ବରା, ଆଳୁଚପ, ବିଭିନ୍ନ ପିଠା, ଲଡୁ, ଚକୋଲେଟ, କେକ୍‌, ସୁଆଁ ଖିରୀ ଆଦି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରାଯିବାର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୯ଟି ମିଲେଟ୍‌ ଶକ୍ତି କାଫେ ରହିଥିବାବେଳେ ଭୁବନେଶ୍ୱରରେ ୩ଟି କାଫେ ଖୋଲାଯାଇଛି।

ଏହି ଉଦ୍‌ଘାଟନୀ ସମାରୋହରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ଉଦ୍ୟାନ କୃଷି ନିର୍ଦେଶକ ରୋହିତ କୁମାର ଲେଙ୍କା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories