www.samajalive.in
Monday, December 8, 2025
14.1 C
Bhubaneswar

ଜାତିସଂଘରେ ଆରଏସ୍‍ଏସ୍‍ ଏବଂ ଏନସିଆର ପ୍ରସଙ୍ଗ ଉଠାଇଲା ପାକିସ୍ତାନ

ନୂଆଦିଲ୍ଲୀ : ସୀମା ପାର ଆତଙ୍କବାଦକୁ ନେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଜାତିସଂଘ ସାଧାରଣ ପରିଷଦ ବୈଠକରେ ପାକିସ୍ତାନକୁ ସମାଲୋଚନା କରିବାର ଦିନକ ପରେ ଇସଲାମାବାଦ ଏହାର ଜବାବ ଦେଇଛି। ଜାତିସଂଘରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତ ସାଦ୍‍ ୱାରିଚ୍‍ ଭାରତକୁ ସମାଲୋଚନା କରିବା ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‍ଏସ୍‍), ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଜାତୀୟ ନାଗରିକ ପଞ୍ଜୀକରଣ (ଏନସିଆର) ପ୍ରସଙ୍ଗ ଉଠାଇଛନ୍ତି। ୱାରିଚ୍‍ କହିଛନ୍ତି ଯେ ଉଦାରତା ଶୂନ୍ୟ ଭାରତରେ ଏବେ ଭିନ୍ନମତକୁ ଗ୍ରହଣ କରାଯାଉ ନାହିଁ। ସେ କହିଛନ୍ତି ଯେ ରକ୍ଷଣଶୀଳତା ନାମରେ ଆରଏସଏସ୍‍ ସ୍ପେଚ୍ଛାଚାରୀତାକୁ ସମର୍ଥନ ଜଣାଉଛି। ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ନାମ ନ ନେଇ ୱାରିଚ କହିଛନ୍ତି ଯେ ଆସାମରେ ଅନେକ ବେଙ୍ଗଲୀ ଏବେ ବାସହରା ହୋଇପଡିଛନ୍ତି। ସେମାନଙ୍କୁ ଅନୁପ୍ରବେଶକାରୀ ଆଖ୍ୟା ଦିଆଯାଉଛି। ଭାରତର ପ୍ରମୁଖ ଜଣେ ରାଜନେତା ସେମାନଙ୍କୁ ଦେଶରୁ ବିତାଡିତ କରିବାକୁ ଘୋଷଣା କରିଛନ୍ତି।
ୱାରିଚ ପରୋକ୍ଷରେ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ମାଟିରେ ଆତଙ୍କବାଦ ଜନ୍ମ ନେଉଛି। ସେ କହିଛନ୍ତି ଯେ ଆରଏସଏସ୍‍ର ସ୍ୱେଚ୍ଛାଚାରୀ ନୀତି ଯୋଗୁଁ ପାକିସ୍ତାନରେ ଆତଙ୍କବାଦ ଜନ୍ମ ନେଉଛି। ଧାର୍ମିକ ଶ୍ରେଷ୍ଠତା ସମସ୍ତ ଅଞ୍ଚଳରେ ପ୍ରୋତ୍ସାହନ ଦିଆଯାଉଛି। ବିଶେଷକରି ଉତ୍ତରପ୍ରଦେଶରେ ହିନ୍ଦୁ୍‍ଙ୍କୁ ଧାର୍ମିକ ଶ୍ରେଷ୍ଠତା ବିବେଚନା କରାଯାଉଛି। ଭାରତରେ ସଂଖ୍ୟାଲଘୁ ଖ୍ରୀଷ୍ଟିୟାନ ଓ ମୁସଲମାନଙ୍କୁ ହତ୍ୟା କରାଯାଉଛି। ଏହା ପୂର୍ବରୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସି ଜାତିସଂଘରେ ଅଭିଯୋଗ କରିଥିଲେଯେ ୨୦୧୪ ପେଶୱାରା ସ୍କୁଲରେ ଆତଙ୍କବାଦୀ ଆକ୍ରମଣ ପଛରେ ଭାରତର ହାତ ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories