ପାକିସ୍ତାନର ଅଭିଯୋଗ: ଭାରତ ସିନ୍ଧୁ ଜଳ ରାଜିନାମା ଉଲ୍ଲଙ୍ଘନ କରିଛି

0

ଇସଲାମାବାଦ : ଭାରତ ସରକାର ସିନ୍ଧୁ ଜଳ ରାଜିନାମାକୁ ଉଲ୍ଲଙ୍ଘନ କରିଥିବା ନେଇ ପାକିସ୍ତାନ ଅଭିଯୋଗ କରିଛି। ଜାମ୍ମୁ-କାଶ୍ମୀରରେ ୩୩୦ ମେଗାୱାଟ କିଶନଗଙ୍ଗା ହାଇଡ୍ରୋଇଲେକ୍ଟ୍ରି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‍ଘାଟନ କରିବାର ଦିନକ ପରେ ପାକିସ୍ତାନ ଏପରି ଅଭିଯୋଗ କରିଛି। ଆମେରିକାରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତ ଇଜାଜ୍‍ ଅହମ୍ମଦ ଚୌଧୁରୀ କହିଛନ୍ତି ଯେ ଇସଲାମାବାଦ ଏହି ଅଭିଯୋଗକୁ ବିଧିବଦ୍ଧ ଭାବେ ବିଶ୍ୱବ୍ୟାଙ୍କ ଆଗରେ ଉପସ୍ଥାପନ କରିବ। ବିଶ୍ୱବ୍ୟାଙ୍କ ମଧ୍ୟସ୍ଥତାରେ ଭାରତ-ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ରାଜିନାମା ସ୍ୱାକ୍ଷର ହୋଇଥିଲା। ଇଜାଜ୍‍ କହିଛନ୍ତି ଯେ ପାକିସ୍ତାନ ଆଟର୍ଣ୍ଣି ଜେନେରାଲ ଅସ୍ତାର ଉସାଫ ଅଲିଙ୍କ ନେତୃତ୍ୱରେ ଏକ ୪ଜଣିଆ ପ୍ରତିନିଧି ଦଳ ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷଙ୍କ ଭେଟି ଅଭିଯୋଗ ଉପସ୍ଥାପନ କରିବ। ସେ କହିଛନ୍ତି ଯେ କିଶନଗଙ୍ଗା ହାଇଡ୍ରୋଇଲେକ୍ଟ୍ରି ପ୍ରକଳ୍ପ ବାବଦରେ ଆଲୋଚନା କରାଯିବ। କାରଣ ଏହି ପ୍ରକଳ୍ପ ନିର୍ମାଣ ଦ୍ୱାରା ପାକିସ୍ତାନକୁ ଜଳ ପ୍ରବାହ ବାଧାପ୍ରାପ୍ତ ହେବ।

Leave A Reply