ମନ୍ଦିର ପାଇଁ ୨ କୋଟି ଦେଲା ପାକିସ୍ତାନ

0

ଇସଲାମାବାଦ : ପାକିସ୍ତାନ ପଞ୍ଜାବର ରାୱଲପିଣ୍ଡି ନିକଟରେ ଥିବା ଏକ କୃଷ୍ଣ ମନ୍ଦିରର ସୈାନ୍ଦର୍ଯ୍ୟକରଣ ପାଇଁ ପାକିସ୍ତାନ ସରକାର ୨କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଖବର ଅନୁସାରେ ପାକିସ୍ତାନରେ ରାୱଲପିଣ୍ଡି ଏବଂ ଇସଲାମାବାଦ ସହରରେ ଗୋଟିଏ ଲେଖାଏଁ କୃଷ୍ଣ ମନ୍ଦିର ଅଛି । ଏହି ମନ୍ଦିରରେ ସବୁଦିନ ସକାଳେ ଓ ସନ୍ଧ୍ୟରେ ହେଉଥିବା ଆଳତିରେ ଭକ୍ତଙ୍କୁ ଦେଖିବାକୁ ମିଳିଥାଏ । ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିରକୁ ପାକିସ୍ତାନ ଭଳି ମୁସଲମାନ ରଷ୍ଟ୍ର ଅର୍ଥ ମଞ୍ଜୁର କରିବାକୁ ସକରାତ୍ମକ ଦୃଷ୍ଟିକୋଣରେ ଦେଖାଯାଉଛି ।

Leave A Reply