ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିବାକୁ ପତ୍ର ଲେଖିଲା ପାକିସ୍ତାନ

ଇସଲାମାବାଦ : ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ର ଜରୁରୀ ବୈଠକ ଡାକିବାକୁ ବୁଧବାର ପାକିସ୍ତାନ ପତ୍ର ଲେଖିଛି। ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସୀ ୟୁଏନଏସସି ଅଧ୍ୟକ୍ଷ ଜୋନ୍ନା ୱରୋନେକାଙ୍କୁ ଏହି ପତ୍ର ଲେଖିଛନ୍ତି। ‘ଭାରତ-ପାକିସ୍ତାନ ପ୍ରଶ୍ନ’ କାର୍ଯ୍ୟ ଖସଡା ଅଧୀନରେ ଏହି ଜରୁରୀ ବୈଠକ ଡାକିବାକୁ ସେ ଅନୁରୋଧ କରିଛନ୍ତି।

prayash

ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପୁନର୍ଗଠିତ କରିବା ନେଇ ଭାରତ ସରକାରଙ୍କ ପଦକ୍ଷେପକୁ ପାକିସ୍ତାନ ବିରୋଧ କରି ଆସୁଛି। ଏହାକୁ ପାକିସ୍ତାନ ବେଆଇନ ବୋଲି ଦର୍ଶାଇଛି। ପାକିସ୍ତାନ ପତ୍ର ପାଇବା ପରେ ୟୁଏନଏସସିର ଅଧ୍ୟକ୍ଷତା କରୁଥିବା ପୋଲାଣ୍ଡ କୂଟନୀତିଜ୍ଞ ଏହା ଉପରେ ବିଚାର କରାଯିବ ବୋଲି କହିଛନ୍ତି। ପାକିସ୍ତାନ ଏହି ପତ୍ରକୁ ୟୁଏନଏସସିର ସଦସ୍ୟଙ୍କ ମଧ୍ୟରେ ସଂଚାର କରିବାକୁ ନିବେଦନ କରିଛି। ଭାରତର ପଦକ୍ଷେପ କେବଳ ଆଞ୍ଚଳିକ ସ୍ଥିରତା ଓ ଶାନ୍ତି ନୁହେଁ ବରଂ ବିଶ୍ୱ ଶାନ୍ତି ପାଇଁ ଏକ ବିପଦ ବୋଲି ପାକିସ୍ତାନ କହିଛି।
ପ୍ରକାଶ ଯେ ପୋଲାଣ୍ଡ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ କାଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ପରାମର୍ଶ ଦେବାର ଗୋଟିଏ ଦିନ ପରେ ପାକିସ୍ତାନ ବିଦେଶ ମନ୍ତ୍ରୀ ଏହି ପତ୍ର ଲେଖିଛନ୍ତି। ୧୯୭୨ ସିମଲା ରାଜିନାମା ଏବଂ ୧୯୯୯ ଲାହୋର ଘୋଷଣା ଅନୁସାରେ କାଶ୍ମୀର ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ତେଣୁ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଏହି ମାମଲାର ସମଧାନର ବାଟ ବାହାର କରିବାକୁ ପୋଲାଣ୍ଡ ପରାମର୍ଶ ଦେଇଛି।

kalyan agarbati

Comments are closed.