ପାକିସ୍ତାନୀ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଶୋଇବା ଫଟୋ ଭାଇରାଲ୍
ଇସଲାମାବାଦ . – ପାକିସ୍ତାନରେ ଇମରାନ୍ ଖାନଙ୍କ ନେତୃତ୍ୱରେ ନୂଆ କରି ସରକାର ଗଠନ କରାଯାଇଛି । ହେଲେ ତାଙ୍କର ଜଣେ ମନ୍ତ୍ରୀ କାର୍ଯ୍ୟାଳୟରେ ଶୋଇଥିବା ଅବସ୍ଥାରେ ଦେଖିବାକୁ ମିଳିଛି । ମାନବାଧିକାର ମନ୍ତ୍ରୀ ଶିରୀନ ମଜାରି ତାଙ୍କ ସରକାରୀ କାର୍ଯ୍ୟାଳୟରେ ଶୋଇଥିବାର ଏକ ଫଟୋ ଭାଇରାଲ୍ ହୋଇଛି ।
ଏହାପୂର୍ବରୁ ଶିରୀନଙ୍କ ଆଉଏକ ଫଟୋ ଭାଇରାଲ୍ ହୋଇଥିଲା । ତାଙ୍କର ସୁରକ୍ଷା କର୍ମୀ ବ୍ୟକ୍ତିଗତ କାମ କରୁଥିବା ସହ ବ୍ୟାଗ ବୋହୁଥିବାରୁ ଫଟୋ ସୋସିଆଲ୍ ମିଡିଆରେ ପ୍ରସାରିତ ହୋଇଥିଲା । ଏହାକୁ ସୋସିଆଲ ମିଡିଆରେ ଅନେକ ନାପସନ୍ଦ କରିଛନ୍ତି । ପାକିସ୍ତାନ ଅବସ୍ଥା ପୂର୍ବରୁ ଭଲ ନ ଥିବା ବେଳେ ମନ୍ତ୍ରୀମାନେ ଏପରି ଶୋଇଲେ କଅଣ ହେବ ବୋଲି ଅନେକ ପ୍ରଶ୍ନ କରିଛନ୍ତି ।