www.samajalive.in
Saturday, December 6, 2025
16.1 C
Bhubaneswar

‘ରଜ ପିଠା-ପାଟିକୁ ଲାଗେ ଖୁବ ମିଠା’

‘ରଜ ପିଠା
ଖାଇବାକୁ ପାଟିକୁ ଲାଗେ ଖୁବ ମିଠା’
ରଜ ପର୍ବ ଆସିବା ମାତ୍ରେ ପୁରପଲ୍ଲୀ ଚାରିଆଡ଼େ ଆନନ୍ଦ ଉଲ୍ଲାସରେ ଭରିଯାଏ। ରଜ ପର୍ବର ଏକ ମୁଖ୍ୟ ଖାଦ୍ୟପେୟ ହେଉଛି ଏହାର ପିଠାପଣା। ମାଆ, ମାଉସୀ, ଖୁଡ଼ି, ନାନୀ ସଭିଏଁ ମିଶି ଏହି ପିଠା ପ୍ରସ୍ତୁତ କରନ୍ତି। ରଜର ଦୁଇ ଦିନ ଆଗରୁ ଏହାର ପ୍ରସ୍ତୁତି ଆରମ୍ଭ କରିବାକୁ ପଡ଼ିଥାଏ। ରଜର ପିଠାପଣା ମଧ୍ୟରେ ପୋଡ଼ପିଠା ମୁଖ୍ୟ। ଏହାଛଡ଼ା ଛେନା ଚକୁଳି, ବୁଢା ଚକୁଳି, ସୁଜି ମଣ୍ଡା, ଚକୁଳି ପିଠା ମଧ୍ୟ ପ୍ରସ୍ତୁତ କରାଯାଏ। ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ଏହି ସମସ୍ତ ପିଠା………………
ବିରି ଚାଉଳ ପୋଡ଼ ପିଠା
ଆବଶ୍ୟକ ସାମଗ୍ରୀ
ବିରି – ୨କପ
ଅରୁଆ ଚାଉଳ – ୧କପ
ଗୁଡ଼ – ୧କପ ରୁ କମ
ନଡ଼ିଆ କୋରା – ୧କପ
ଛେନା – ଆବଶ୍ୟକ ପରିମାଣରେ
ପେଷା ଚିନି – ୧କପରୁ କମ
କାଜୁ, କିସମିସ – ଆବଶ୍ୟକ ପରିମାଣରେ
ଘିଅ – ଆବଶ୍ୟକ ପରିମାଣରେ
ଲୁଣ – ସାମାନ୍ୟ
ଅଳେଇଚ, ଗୋଲମରିଚ ଗୁଣ୍ଡ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ବିରି ଓ ଚାଉଳକୁ ୪ ରୁ ୫ ଘଣ୍ଟା ବତୁରାଇ ଏହାକୁ ବହଳିଆ ଭାବେ ପେଷି ବାଟଣ ପ୍ରସ୍ତୁତ କରନ୍ତୁ। ବାଟଣକୁ ଭଲ ଭାବେ ଫେଣ୍ଟି ୨ ଘଣ୍ଟା ରଖି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଏଥିରେ ଗୁଡ଼କୁ ପକାଇ କିଛି ସମୟ ଭାଜନ୍ତୁ। ଭାଜିବା ପରେ ଏଥିରେ ନଡ଼ିଆ କୋରା, ଅଳେଇଚ, ଗୋଲମରିଚ ଗୁଣ୍ଡ ପକାଇ ପୁଣି ଭଲ ଭାବେ ଗୋଳାନ୍ତୁ । କିଛି ସମୟ ଗୋଳାଇବା ପରେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ପ୍ରସ୍ତୁତ ହୋଇଥିବା ବାଟଣରେ ୧ ଚାମଚରୁ ସାମାନ୍ୟ କମ ଲୁଣ ପାଇ ଗୋଳାଇ ଦିଅନ୍ତୁ। ଏହାପରେ ଗ୍ୟାସରେ କୁକର ବସାଇ ଏଥିରେ ୪ ରୁ ୫ ଚାମଚ ଘିଅ ପକାନ୍ତୁ। ଅଳ୍ପ ଘିଅ କୁକର ଭିତର ଅଂଶରେ ମଧ୍ୟ ଲଗାଇ ଦିଅନ୍ତୁ। ଏବେ କୁକରରେ ବାଟଣର ଗୋଟିଏ ସ୍ତର, ଗୁଡ଼ ନଡ଼ିଆ କୋରା ଭଜାର ଗୋଟିଏ ସ୍ତର, ଏପରି ପୁଣି ବାଟଣ , ଗୁଡ଼ ନଡ଼ିଆ କୋରା ଭଜା, ଛେନା, କାଜୁ କିସମିସ ଏହା ଉପରେ ଦେଇ କୁକରର ସିଟି ବାହାର କରି ଘୋଡ଼ଣୀ ଦେଇ ଗ୍ୟାସରେ ବସାନ୍ତୁ। ପ୍ରଥମେ ୧୦ ମିନିଟ ମଧ୍ୟମ ଆଞ୍ଚଳରେ ଓ ପୁଣି ୨୦ ମିନିଟ କମ ଆଞ୍ଚଳରେ ବସାନ୍ତୁ। ୨୦ ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢନ୍ତୁ। ପ୍ରସ୍ତୁତ ହୋଇଗଲା ବିରି ଚାଉଳ ପୋଡ଼ ପିଠା। ସୁଆଦିଆ ବିରି ଚାଉଳ ପୋଡ଼ ପିଠା ଖାଇ ରଜର ମଜା ନିଅନ୍ତୁ।

ଛେନା ଚକୁଳି
ଆବଶ୍ୟକ ସାମଗ୍ରୀ
ବିରି – ୪କପ
ଚାଉଳ – ୨କପ
ଚିନି – ଆବଶ୍ୟକ ପରିମାଣରେ
ଲୁଣ – ସାମାନ୍ୟ
ଗୁଜୁରାତି , ଲବଙ୍ଗ – ଅଳ୍ପ
ବାଦାମ, କାଜୁ, ଛେନା, କିସମିସ – ଅଳ୍ପ
ଛେନା – ୨କପ
ଘିଅ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ବିରି ଚାଉଳକୁ ୪ ରୁ ୫ ଘଣ୍ଟା ବତୁରାଇ ଦିଅନ୍ତୁ। ଏହାପରେ ଏହାକୁ ବାଟି ଆଣ ପ୍ରସ୍ତୁତ କରି ରଖନ୍ତୁ। ଏବେ ଗ୍ୟାସରେ ଏକ ତାୱା କିମ୍ବା କଡ଼େଇ ବସାଇ ଘିଅ ଲଗାନ୍ତୁ। ଏହାପରେ ପ୍ରସ୍ତୁତ ଆଣରେ କାଜୁ, ବାଦାମ, କିସମିସ, ଲୁଣ, ଚିନି, ଗୁଜୁରାତି, ଲବଙ୍ଗ, ଛେନା ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଏହି ପ୍ରସ୍ତୁତ ମିଶ୍ରଣକୁ ବହଳିଆ ଭାବେ କଡ଼େଇରେ ବସାଇ ଏକ ଘୋଡ଼ଣୀ ଘୋଡ଼ାଇ ୧୫ ମିନିଟ ମଧ୍ୟରେ ପ୍ରସ୍ତୁତ କରନ୍ତୁ। ପ୍ରସ୍ତୁତ ହୋଇଗଲା ଛେନା ଚକୁଳି। ଏହି ଉପାୟରେ ବୁଢା ଚକୁଳି ମଧ୍ୟ ପ୍ରସ୍ତୁତ କରିପାରିବେ।

- Advertisement -

ଛଣା ସୁଜି ପିଠା
ଆବଶ୍ୟକ ସାମଗ୍ରୀ
ସୁଜି – ୫ କପ
ଚିନି – ଆବଶ୍ୟକ ପରିମାଣରେ
ଗୁଜୁରାତି, ଲବଙ୍ଗ, ତେଜପତ୍ର – ଅଳ୍ପ
ଲୁଣ – ଅଳ୍ପ
ନଡ଼ିଆକୋରା – ୨କପ ଭଜା ହୋଇଥିବା
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ ଏକ କଡ଼େଇ ବସାଇ ପାଣି ଗରମ କରନ୍ତୁ। ପାଣି ଗରମ ହୋଇଗଲେ ଏଥିରେ ସୁଜି, ଚିନି, ତେଜପତ୍ର, ଲୁଣ, ଗୁଜୁରାତି ଆଦି ପକାଇ ଭଲ ଭାବେ ଜନ୍ତଣି ପ୍ରସ୍ତୁତ କରନ୍ତୁ। ଜନ୍ତଣି ପ୍ରସ୍ତୁତ ହୋଇଗଲେ ହାତରେ ଗୋଲ ଆକୃତି କରି ନଡ଼ିଆ କୋରା ତା ମଧ୍ୟରେ ଦେଇ ରଖନ୍ତୁ। ଏହାପରେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରି ପ୍ରସ୍ତୁତ କରିଥିବା ପିଠାକୁ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଛଣା ସୁଜି ପିଠା।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories