www.samajalive.in
Saturday, December 6, 2025
16.1 C
Bhubaneswar

ପାକିସ୍ତାନରେ ତରଳୁଛି ଗ୍ଲେସିୟର, ବିପଦରେ ଲକ୍ଷାଧିକ ଲୋକ

ସମାଜ ପୋର୍ଟାଲ ଡେସ୍କ: ପାକିସ୍ତାନର ପାର୍ବତ୍ୟଞ୍ଚଳ ହୁଞ୍ଜା ଜିଲ୍ଲାର ହସନବାଦରେ ଶିଶର ଗ୍ଲେସିୟର ତରଳୁଥିବାରୁ ସେଠାକାର ବାସିନ୍ଦାମାନେ ଭୟଭୀତ ହୋଇପଡିଛନ୍ତି। ଗତ ମାସ ଶେଷ ଆଡକୁ ବନ୍ୟା ଜଳ ସୀମା ଅତିକ୍ରମ କରି ସେହି ବାସିନ୍ଦାମାନଙ୍କ ଘରେ ପ୍ରବେଶ କରିବା ପରେ ଏହା ଜଣାପଡିଥିଲା। ତରଳୁଥିବା ଗ୍ଲେସିୟର ଯୋଗୁ ବଡ ବଡ ପଥର ଖଣ୍ଡ ମଧ୍ୟ ଜଳ ସ୍ରୋତରେ ଭାସି ଆସୁଛି ଓ ବାସଗୃହ ସମେତ ଜଳସେଚନ ଏବଂ ଜଳ ବିଦ୍ୟୁତ୍ ବ୍ୟବସ୍ଥା ନଷ୍ଟ କରିଛି। ସେହି ଅଂଚଳକୁ ସୁରକ୍ଷା ପାଇଁ ନିର୍ମିତ ପ୍ରାଚୀର ମଧ୍ୟ ଭାଙ୍ଗି ଯାଇଥିବା ଜଣାପଡିଛି।

ଉତ୍ତର ପାକିସ୍ତାନରେ ଥିବା ୨୪ଟି ଉପତ୍ୟକା ମଧ୍ୟରୁ ସେହି ଅଞ୍ଚଳରେ ଆଗୁଆ ଗ୍ଲେସିଅର ତରଳିବା ସୂଚନା ପାଇବା ପାଇଁ ୩୭ ମିଲିଅନ ଡଲାରରେ ଏକ ପ୍ରକଳ୍ପ ନିର୍ମାଣ ହେଉଥିଲେ ମଧ୍ୟ କରୋନା ଦୃଷ୍ଟିରୁ ତାହା ବିଳମ୍ବିତ ହେଉଛି। ତେବେ ମିଳିତ ଜାତିସଂଘର ପାକିସ୍ଥାନ ବିକାଶ କାର୍ଯ୍ୟକ୍ରମ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଅଂଶୀଦାରଙ୍କ ମଧ୍ୟରେ ପାର୍ଥକ୍ୟ ଏହି ବିଳମ୍ବ ହେଉଥିବା ଜାତୀୟ ପ୍ରକଳ୍ପ ନିର୍ଦ୍ଦେଶକ ଆୟାଜ ଜୋଡାଟ କହିଛନ୍ତି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories