ଟିଟିଲାଗଡ଼: ବଲାଙ୍ଗୀର ଜିଲା ସଇନ୍ତଳା ଥାନା ଅନ୍ତର୍ଗତ ଧରପଗଡ଼ ଗ୍ରାମରେ ମଦ ମୃତ୍ୟୁ ଘଟଣାରେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ ତଦନ୍ତ ଆରମ୍ଭ କରିଛନ୍ତି। ଗତ ସୋମବାର ଗ୍ରାମର କଲାକର ଷାଣ୍ଢ ନାମକ ବ୍ୟକ୍ତି ହାତ ରନ୍ଧା ଦେଶୀ ମଦ ପିଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା। ପୁଲିସ ଗ୍ରାମ ନିକଟରେ ଥିବା ନାଳରୁ ପ୍ରଚୁର ପରିମାଣରେ ମହୁଲ ପୋଚ, ମଦ ରନ୍ଧନ ଆସବାବପତ୍ର ଜବତ କରି ସେଗୁଡ଼ିକୁ ନଷ୍ଟ କରିଥିଲା। ଅପରପକ୍ଷରେ ମଦ ମାଫିଆ ଗାଁ ଲୋକଙ୍କୁ ମାରିବାକୁ ଧମକ ଦେଇଥିବା ବଡମାଲ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଆଜି ଏସଡିପିଓ ଵଡମାଲରେ ପହଞ୍ଚି ତଦନ୍ତ କରିଛନ୍ତି। ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।
Popular Categories



