www.samajalive.in
Monday, December 8, 2025
27.1 C
Bhubaneswar

ମଦମୃତ୍ୟୁ ଘଟଣା: ଏସଡିପିଓଙ୍କ ତଦନ୍ତ ଆରମ୍ଭ

ଟିଟିଲାଗଡ଼: ବଲାଙ୍ଗୀର ଜିଲା ସଇନ୍ତଳା ଥାନା ଅନ୍ତର୍ଗତ ଧରପଗଡ଼ ଗ୍ରାମରେ ମଦ ମୃତ୍ୟୁ ଘଟଣାରେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ ତଦନ୍ତ ଆରମ୍ଭ କରିଛନ୍ତି। ଗତ ସୋମବାର ଗ୍ରାମର କଲାକର ଷାଣ୍ଢ ନାମକ ବ୍ୟକ୍ତି ହାତ ରନ୍ଧା ଦେଶୀ ମଦ ପିଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା। ପୁଲିସ ଗ୍ରାମ ନିକଟରେ ଥିବା ନାଳରୁ ପ୍ରଚୁର ପରିମାଣରେ ମହୁଲ ପୋଚ, ମଦ ରନ୍ଧନ ଆସବାବପତ୍ର ଜବତ କରି ସେଗୁଡ଼ିକୁ ନଷ୍ଟ କରିଥିଲା। ଅପରପକ୍ଷରେ ମଦ ମାଫିଆ ଗାଁ ଲୋକଙ୍କୁ ମାରିବାକୁ ଧମକ ଦେଇଥିବା ବଡମାଲ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଆଜି ଏସଡିପିଓ ଵଡମାଲରେ ପହଞ୍ଚି ତଦନ୍ତ କରିଛନ୍ତି। ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories