www.samajalive.in
Saturday, December 6, 2025
19.1 C
Bhubaneswar

ଜୁଲାଇ ସୁଦ୍ଧା ଦିଲ୍ଲୀରେ କରୋନା ୫.୫ ଲକ୍ଷ ଟପିବ: ଶିଶୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀରେ ଯେଉଁଭଳି ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି ତାହା ଅତ୍ୟନ୍ତ ଚିନ୍ତାଜନକ। ଯଦି ଏହି ହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼େ, ତେବେ ଆଗାମୀ ଜୁଲାଇ ଶେଷ ସୁଦ୍ଧା ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୫ ଲକ୍ଷ ଅତିକ୍ରମ କରିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ମନିଷ ଶିଶୋଦିଆ।

ଦିଲ୍ଲୀରେ କରୋନାର ସମୂହ ସଂକ୍ରମଣ ବିପଦକୁ ନେଇ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଡିଡିଏମଏ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପମୁଖ୍ୟମନ୍ତ୍ରୀ ଶିଶୋଦିଆ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଉପସ୍ଥିତ ଥିଲେ। ବୈଠକରେ ଉପମୁଖ୍ୟମନ୍ତ୍ରୀ ଶିଶୋଦିଆ କହିଥିଲେ ଯେ, ଯଦି ଏହିପରି ଭାବେ ମାମଲା ବୃଦ୍ଧି ପାଇ ଚାଲିବ ତେବେ ଜୁଲାଇ ୩୧ ସୁଦ୍ଧା ଦିଲ୍ଲୀରେ କରୋନା ସଂକ୍ରମିତ ସଂଖ୍ୟା ସାଢ଼େ ୫ ଲକ୍ଷ ଟପିଯିବ।  ବୈଠକ ପରେ ସେ କହିଥିଲେ, ମୁଁ ଦିଲ୍ଲୀର ହସ୍ପିଟାଲଗୁଡ଼ିକୁ ସମସ୍ତ ରୋଗୀଙ୍କ ଚିକିତ୍ସା ପାଇଁ ଉପଲବ୍ଧ କରାଯିବା ପ୍ରସଙ୍ଗ ଉଠାଇବା ସହିତ ଉପରାଜ୍ୟପାଳଙ୍କୁ ପଚାରିଥିଲି ଯେ ସରକାରଙ୍କ ନିଷ୍ପତ୍ତିକୁ କାହିଁକି ପରିବର୍ତ୍ତନ କରାଗଲା। କିନ୍ତୁ ଉପରାଜ୍ୟପାଳ ନୀରବ ରହିଥିଲେ। ଦିଲ୍ଲୀର ହସ୍ପିଟାଲଗୁଡ଼ିକୁ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ମାତ୍ର ସମସ୍ତ ରୋଗୀଙ୍କ ପାଇଁ ହସ୍ପିଟାଲ ଉନ୍ମୁକ୍ତ ରହିବା ନେଇ ଉପରାଜ୍ୟପାଳଙ୍କ ନିଷ୍ପତ୍ତି ଦିଲ୍ଲୀବାସୀଙ୍କୁ ସଙ୍କଟରେ ପକାଇଛି। ଯେଉଁଭଳି ଭାବରେ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଉଛି ଜୁନ ୩୦ ସୁଦ୍ଧା ୧୫ ହଜାର ବେଡ୍‌ ଏବଂ ଏବଂ ଜୁଲାଇ ୩୧ ସୁଦ୍ଧା ୮୦ ହଜାର ବେଡ୍‌ ଦରକାର ହେବ ବୋଲି ଶିଶୋଦିଆ କହିଛନ୍ତି।

- Advertisement -

ଅନ୍ୟପଟେ ଉପରାଜ୍ୟପାଳନ ଅନୀଲ ବୈଜଲ ମଙ୍ଗଳବାର ଅପରାହ୍ନ ୩ଟାରେ ସର୍ବଦଳୀୟ ବୈଠକ ଡକାଇଛନ୍ତି। ବୈଠକରେ ବର୍ତ୍ତମାନ ସମୟରେ କରୋନା ସ୍ଥିତି ଏବଂ ଏହାକୁ ରୋକିବା ଦିଗ​‌ରେ ବିଭିନ୍ନ ଉପାୟଗୁଡ଼ିକ ଉପରେ ଆଲୋଚନା କରାଯିବ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories