www.samajalive.in
Friday, December 5, 2025
17.1 C
Bhubaneswar

କେବେ ଶେଷ ହେବ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଯନ୍ତ୍ରଣା – ସେଭ ଦ ଚିଲଡ୍ରେନର ଉଦ୍ୟମ

ସମାଜ ପୋର୍ଟାଲ ଡେସ୍କ: ଭୋକ ଯନ୍ତ୍ରଣାରେ ଛଟପଟ ହେଉଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସମୁଦ୍ର ଯାତ୍ରା କେବଳ ଯେ ହତାଶାରେ ଶେଷ ହେଉଛି ତାହା ନୁହେଁ, ଅନେକ କ୍ଷେତ୍ରରେ କେତେକ ଦେଶର ସରକାର ସେମାନଙ୍କୁ ଅଟକ ରଖି ଶାରୀରିକ ଯନ୍ତ୍ରଣା ଦେଉଥିବା ରିପୋର୍ଟ ପ୍ରକାଶ ପାଇଛି। ଅଲଜଜୀରା ପକ୍ଷରୁ ପ୍ରକାଶିତ ସମ୍ବାଦରେ କୁହାଯାଇଛି ଯେ ବାଂଲାଦେଶର ଶରଣାର୍ଥୀ ଶିବିରରୁ ପଳାଇ ଆସିଥିବା ୩୦୦ ରୋହିଙ୍ଗ୍ୟା ପିଲାମାନଙ୍କୁ ମାଲେସିଆ କର୍ତ୍ତୃପକ୍ଷ ଅଟକ ରଖିଥିଲେ। ଗତ ଏପ୍ରିଲରେ ବଙ୍ଗୋପସାଗରରୁ ଏକ ଡଙ୍ଗାରୁ ଉଦ୍ଧାର ହୋଇଥିବା ଶରଣାର୍ଥୀ ପିଲାମାନେ କହିଛନ୍ତି ଯେ ସେମାନଙ୍କୁ କିପରି ମାଡ ଦିଆଯାଉଥିଲା ଏବଂ ସେମାନଙ୍କ ପିତାମାତାଙ୍କ ମୃତଦେହ ଫୋପଡ଼ା ଯାଉଥିବା ଦୃଶ୍ୟ ଦେଖିବାକୁ ବାଧ୍ୟ କରାଯାଉଥିଲା।

- Advertisement -

ଏସିଆ ମହାଦେଶରେ କାର୍ଯ୍ୟ କରୁଥିବା ‘ସେଭ ଦ ଚିଲଡ୍ରେନ’ ସଂସ୍ଥାର ଆଞ୍ଚଳିକ ନିର୍ଦ୍ଦେଶକ ହସନ ସଦି ନୁର ଏକ ରିପୋର୍ଟରେ କହିଛନ୍ତି ଯେ ରୋହିଙ୍ଗ୍ୟା ଶରଣାର୍ଥୀମାନେ ଏତେ ମାତ୍ରାରେ ନିରାଶ ହୋଇଛନ୍ତି ଯେ ସେମାନେ ଅପରାଧିକ ସଂଗଠନ ସହାୟତାରେ ବିପଜ୍ଜନକ ଯାତ୍ରା କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ଏହି ସଙ୍କଟର ଦୀର୍ଘମିଆଦି ସମାଧାନ ପାଇଁ ମିଆଁମାର ସହ ମିଶି ରୋହିଙ୍ଗ୍ୟାଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ହସନ ସମ୍ପୃକ୍ତ ଦେଶଗୁଡିକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଯେପର୍ଯ୍ୟନ୍ତ ରୋହିଙ୍ଗ୍ୟା ନିଜ ପାଇଁ ଏକ ନିଶ୍ଚିତ ନିରାପଦ ଭବିଷ୍ୟତ ନ ପାଇବେ, ସେପର୍ଯ୍ୟନ୍ତ ସେମାନେ ବିପଜ୍ଜନକ ଯାତ୍ରା ଜାରି ରଖିବେ।

ଦେଖନ୍ତୁ ଭିଡିଓ (ସୌଜନ୍ୟ – ଅଲଜଜୀରା ଟିଭି) –

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories