ରଜ ପର୍ବର ଅନ୍ୟ ଏକ ଆକର୍ଷଣ ହେଉଛି ପାନ। ରଜ ସହ ପାନ ଯୋଡ଼ି ହୋଇ ଏହା ବନ୍ଧୁତାର ଡ଼ୋରିକୁ ସୁଦୃଢ କରିଥାଏ। ଏହି ପାନର ଚମକ ଓ ମହକ ଅନ୍ୟ ଦିନ ମାନଙ୍କରେ ବିକ୍ରି ହେଉଥିବା ପାନ ଠାରୁ ସ୍ୱତନ୍ତ୍ର ହୋଇଥାଏ। ଯେଭଳି କନ୍ୟାମାନେ ନୂତନ ପୋଷାକ ଓ ଆଭୂଷଣ ପରିଧାନ କଲେ ସେମାନଙ୍କ ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଯାଏ। ଠିକ ସେହି ଭଳି ରଜପାନ ରଜର ଏକ ଆଭୂଷଣ ଭଳି ଶୋଭା ଯାଏ।
ଏହି ପାନରେ ବିଭିନ୍ନ ପ୍ରକାର ମସଲା ଯେପରି ଗୁଆ, ମିଠାପାନ ମସଲା, ଅଳେଇଚ, ପାନ ମଧୁରୀ, ମିଶ୍ରି, ଚେରି, ଲବଙ୍ଗ , ନଡ଼ିଆ ଖଣ୍ଡ ଓ ଅନ୍ୟାନ୍ୟ ମସଲା ପକାଯାଇ ବିଭିନ୍ନ ଢଙ୍ଗ ତିନି କଣିଆ, ଚାରିକଣିଆ ଆକୃତିର କରି ଲବଙ୍ଗ ଦେଇ ରଜ ପାନ ପ୍ରସ୍ତୁତ କରାଯାଏ। କୁଆଁରୀ କନ୍ୟାମାନେ ପରସ୍ପରଙ୍କୁ ଏହି ପାନ ଖୁଆଇଥାଆନ୍ତି।
ରଜରେ ଶୋଭାପାଏ ରଜ ପାନ ……….
Popular Categories



