ଆଇସିୟୁରେ ପଦ୍ମଶ୍ରୀ ଡି ପ୍ରକାଶ ରାଓ

0

କଟକ : ପଦ୍ମଶ୍ରୀ ଡି. ପ୍ରକାଶ ରାଓ ମଙ୍ଗଳବାର ଗୁରୁତର ଅସୁସ୍ଥ ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇପଡିବାରୁ ତାଙ୍କୁ ଭେଷଜ ବିଭାଗର ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି। ସେ ବିପଦମୁକ୍ତ ଥିବା ବିଭାଗୀୟ ଡାକ୍ତର ସୂଚନା ଦେଇଛନ୍ତି। ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ ଅନୁଗୋଳ ଯାଇଥିଲେ। ସେଠାରେ ସେ ଅସୁସ୍ଥ ହୋଇପଡିଥିଲେ। ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ବଡ଼ ମେଡିକାଲକୁ ଅଣାଯାଇଥିଲା।

kalyan agarbati
Leave A Reply