ପବିତ୍ର କାର୍ତ୍ତିକ ସୋମବାର, ଐତିହାସିକ ଶୈବପୀଠ ହଜାର ହଜାର ଭକ୍ତଙ୍କ ସମାଗମ

ପଦ୍ମପୁର :ପବିତ୍ର କାର୍ତ୍ତିକ ସୋମବାର ଏବଂ ପୂର୍ଣିମା ଅବସରରେ ଐତିହାସିକ ଶୈବପୀଠ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା। ଆଜି କାର୍ତ୍ତିକ ମାସରେ ଶେଷ ସୋମବାର ଏବଂ କାର୍ତ୍ତିକ ପୂର୍ଣ୍ଣିମା ଏଥିପାଇଁ ରାୟଗଡ଼ା ଜିଲା ପଦ୍ମପୁରର ସମସ୍ତ ଐତିହାସିକ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ବିଶେଷ କରି ମଲିକେଶ୍ୱର ଓ ଧବଳେଶ୍ବର ମନ୍ଦିର ଶ୍ରଦ୍ଧାଳୁ ଭିଡ଼ ଜମାଇଥିଲେ। ପଦ୍ମପୁର ଅଞ୍ଚଳରେ ଅନେକ ପୁରାତନ ଓ ଐତିହାସିକ ଶୈବପୀଠ ଗୁଡ଼ିକ ରହିଛି। ସେଥିମଧ୍ୟରୁ ପ୍ରଖ୍ୟାତ ମଲିକେଶ୍ୱର ଓ ଧବଳେଶ୍ବର ପୀଠ ଅନ୍ୟତମ। ଏହି ପୀଠରେ ବର୍ଷ ତମାମ ଲୋକଙ୍କ ଭିଡ ଜମୁଛି। ବିଶେଷ କରି କାର୍ତ୍ତିକ ମାସର ସୋମବାର ଓ ଶିବରାତ୍ରି ସହ ପ୍ରତି ସୋମବାରରେ ଭକ୍ତଙ୍କ ସମାଗମ ହେଉଛି। ଏଠାରେ ମାନସିକ ଧାରି ମାନେ ବର୍ଷ ତମାମ ମହାଦେବଙ୍କୁ ପୂଜାର୍ଚ୍ଚନା ସହ ଅଭିଷେକ କରିଥାନ୍ତି।

Comments are closed.