ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର-୨୦୨୫ ଘୋଷଣା କରାଯାଇଛି। ସ୍ତ୍ରୀ ରୋଗ ବିଶେଷଜ୍ଞ ନୀରଜ ଭଟଲାଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯିବ। ସେହିପରି ସାମାଜିକ କର୍ମୀ ଭୀମସିଂ ଭବେଶ, ଶାସ୍ତ୍ରୀୟ ସଙ୍ଗୀତଜ୍ଞ ପି ଡଚନାମୂର୍ତ୍ତି, ବିଶିଷ୍ଟ ଚାଷୀ ଏଲ ହଙ୍ଗାଥିଙ୍ଗ, ପଶ୍ଚିମବଙ୍ଗର ଢାକ ବାଦକ ଗୋକୁଳଚନ୍ଦ୍ର ଦାସ ପ୍ରମୁଖଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।
ଅପରପକ୍ଷରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଦ୍ମ ପୁରସ୍କାର ବିଜେତାଙ୍କୁ ଭେଟିଛନ୍ତି। ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ପଦ୍ମଶ୍ରୀ ଚର୍ତୁଭୂଜ ମେହେର, ପଦ୍ମଶ୍ରୀ ପ୍ରମୋଦ ଭଗତ ଓ ପଦ୍ମଶ୍ରୀ ସୁଦର୍ଶନ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଛନ୍ତି। ପଦ୍ମ ବିଜେତାଙ୍କୁ ଭେଟି ସଂସ୍କୃତିକୁ ସମୃଦ୍ଧ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରାମର୍ଶ ଲୋଡ଼ିଛନ୍ତି।



