ପ୍ରଥମ ବଜେଟ୍ କିଏ ଆଗତ କରିଥିଲେ, କିଏ ଦେଇଥିଲେ ଦୀର୍ଘ ବଜେଟ ଭାଷଣ

ଡେସ୍କ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ମାସରେ କେନ୍ଦ୍ରୀୟ ବଜେଟ୍ ୨୦୨୫ ଆଗତ କରିବେ। ବିତ୍ତ ବର୍ଷ ୨୦୨୫-୨୬ର ବଜେଟ୍ ଦଲିଲକୁ ଚୂଡାନ୍ତ ରୂପ ଦେବା କାମ ଆରମ୍ଭ ହୋଇଛି। ତେବେ ମନକୁ ପ୍ରଶ୍ନ ଆସୁଛି ଯେ ଭାରତର ପ୍ରଥମ ବଜେଟ୍ କିଏ ପ୍ରସ୍ତୁତ କରିଥିଲେ ଏବଂ ସବୁଠାରୁ ଦୀର୍ଘ ସମୟ ବଜେଟ୍ ଭାଷଣ କିଏ ଦେଇଥିଲେ।
୧. ୧୮୫୭ ବିଦ୍ରୋହ ପରେ ଭାରତର ଶାସନ ପ୍ରଣାଳୀରେ ଅନେକ ଅଦଳ ବଦଳ ହୋଇଛି। ବ୍ରିଟିଶ୍ କ୍ରାଉନ୍ ଭାରତୀୟ ପ୍ରଶାସନର ଦାୟିତ୍ୱ ଇଷ୍ଟ ଇଣ୍ଡିଆ କମ୍ପାନୀରୁ ନିଜେ ଗ୍ରହଣ କରିଥିଲା। ଭାରତର ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ବ୍ରିଟେନର ମହାରାଣୀ ଭିକ୍ଟୋରିଆଙ୍କ ଅଧୀନ ହେବାପରେ ୧୮୬୦ ମସିହା ଏପ୍ରିଲ୍ ୭ରେ ପ୍ରଥମ ଥର ପାଇଁ ଭାରତର ବଜେଟ୍ ପ୍ରସ୍ତୁତ କରିଥିଲେ ଜେମ୍ସ ୱିଲସନ୍ବ।
୨. ସ୍ୱାଧୀନ ଭାରତରେ ଆର.କେ. ଷଣମୁଗମ ଚେଟ୍ଟି ୧୯୪୭ ନଭେମ୍ବର ୨୬ରେ ପ୍ରଥମ ବଜେଟ୍ ପ୍ରସ୍ତୁତ କରିଥିଲେ।
୩. ଦେଶର ପ୍ରଥମ ମହିଳା ଭାବେ ଇନ୍ଦିରା ଗାନ୍ଧୀ ବଜେଟ ଆଗତ କରିଥିଲେ। ସେ ୧୯୭୦-୭୧ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ କରିଥିଲେ।
୪. ରାଜ୍ୟସଭା ସାଂସଦ ଥିବାବେଳେ ୧୯୮୨-୮୩ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ କରିଥିଲେ।
୫. ଅର୍ଥମନ୍ତ୍ରୀ ଭାବରେ ସର୍ବାଧିକ ଥର ବଜେଟ ଆଗତ କରିଥିଲେ ମୋରାରଜୀ ଦେଶାଇ। ସେ ୮ଥର ପୂର୍ଣ୍ଣାଙ୍ଗ ବଜେଟ ଓ ୨ଥର ମଧ୍ୟବର୍ତ୍ତିକାଳୀନ ବଜେଟ ଆଗତ କରିଥିଲେ।
୬. ୧୯୯୧ ମସିହାରେ ଯଶବନ୍ତ ସିହ୍ନା ଓ ମନମୋହନ ସିଂହ ମିଳିତ ଭାବେ କାମ କରିଥିଲେ। ଯଶବନ୍ତ ସିହ୍ନା ମାର୍ଚ୍ଚ ମାସରେ ମଧ୍ୟବର୍ତ୍ତିକାଳୀନ ବଜେଟ ଓ ମନମୋହନ ସିଂହ ଜୁଲାଇ ମାସରେ ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତ କରିଥିଲେ।
୭. ସବୁଠାରୁ ଦୀର୍ଘ ବଜେଟ ଭାଷଣ ଦେଇଥିଲେ ନିର୍ମଳା ସୀତାରମଣ, ୨୦୨୦-୨୧ ବର୍ଷ ପାଇଁ ବଜେଟ ଆଗତ କରି ସେ ୨ ଘଣ୍ଟା ୪୨ ମିନିଟ ଭାଷଣ ଦେଇଥିଲେ।
୮. ମୋରାରଜୀ ଦେଶାଇଙ୍କ ପରେ ପି. ଚିଦମ୍ବରମ ୯ ଥର, ପ୍ରଣବ ମୁଖାର୍ଜୀ ୭ ଥର ଓ ସି ଡ଼ି ଦେଶମୁଖ ୬ ଥର ବଜେଟ ଆଗତ କରିଥିଲେ।
Comments are closed.