www.samajalive.in
Sunday, December 14, 2025
17.1 C
Bhubaneswar

କଳାହାଣ୍ଡିରେ ଧାନ ମଣ୍ଡି ଖୋଲିଲା

ଭବାନୀପାଟଣା : ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ କୋକସରା ବ୍ଲକ ମୁଖ୍ୟାଳୟରୁ ଜିଲ୍ଲାର ଧାନମଣ୍ଡି ଆରମ୍ଭ ହେଇଛି । ବୁଧବାର ମୁଖିଗୁଡା ଆରଏମସି ଅନ୍ତର୍ଗତ କୋକସରା ମଣ୍ଡି ଆରମ୍ଭ ହେଇଥିବା ବେଳେ ଲଡୁଗାଁରେ କେବଳ ମଣ୍ଡି ଉଦଘାଟନ ହୋଇଛି ।  କୋକସରା ମଣ୍ଡି ପରିସରକୁ ୯ ଜଣ ଚାଷୀଙ୍କ ପ୍ରାୟ ୪୪୫ କ୍ଵିଣ୍ଟାଲ ଧାନ ଆସିଥିଲା । ତେବେ ସନ୍ଧ୍ୟା ସୁଦ୍ଧା ୩ ଜଣ ଚାଷୀ ସାରଳା ପ୍ରସାଦ ପ୍ରଧାନୀ, ବିଘ୍ନରାଜ ପ୍ରଧାନୀ ଏବଂ ପୁରନ୍ଧର କେତକୀଙ୍କ ମୋଟ ୧୭୧ କ୍ଵିଣ୍ଟାଲ ୬ କେଜି ଧାନ ଓଜନ ହେଇ ମିଲର୍ସଙ୍କ ଦ୍ଵାରା କ୍ରୟ କରାଯାଇଛି । ମଣ୍ଡି ପରିସରରେ କୋକସରା ପେକ୍ସ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନ କାର୍ଯ୍ୟକ୍ରମରେ ଡିଆରସିଏସ  ପ୍ରମୋଦ କୁମାର ସାହୁ, ଧର୍ମଗଡ ଉପ ଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୁଆନ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ, ବହୁ ସରକାରୀ ଏବଂ ଆରଏମସି କର୍ମଚାରୀ , ମିଲ ମାଲିକଙ୍କ ସମେତ ଅଞ୍ଚଳର ଚାଷୀ ଉପସ୍ଥିତ ଥିଲେ । କଟନି ଛଟନିକୁ ବନ୍ଦ କରାଯିବା, ସରକାରୀ ବିଧି ବ୍ୟବସ୍ଥା ଅନୁଯାୟୀ ଚାଷୀଙ୍କୁ ସୁବିଧା ଯୋଗାଇବା ଆଦି ନେଇ ଚାଷୀମାନେ ମତ ପୋଷଣ କରିଥିଲେ । ଏଥିସହିତ ଚାଷୀଙ୍କ ପାଇଁ ୧୭ ଟଙ୍କା ୫୦ ପଇସା ଗନି ବ୍ୟାଗ୍ ଓ ୧ ଟଙ୍କା ସୂତଲି ବାବଦକୁ ଦିଆଯିବା, ମଣ୍ଡିରେ ସିସିଟିଭି, ଧାନ ପରିସ୍କାର ଯନ୍ତ୍ର, ପାନୀୟ ଜଳ ଯୋଗାଣ, ୱେ ବ୍ରିଜ ଆଦି ବ୍ୟବସ୍ଥା କରାଯିବାକୁ ଚାଷୀମାନେ  ଦାବି କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଜିଲ୍ଲାରେ ମୋଟ ୨୧୯ ମଣ୍ଡି ମଧ୍ୟରୁ ୭୪ ଟି ପ୍ୟକ୍ସ ଏବଂ ୩୪ଟି ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମୋଟ ୫୦ ଲକ୍ଷ ୪୦ ହଜାର କ୍ଵିଣ୍ଟାଲ ଧାନ ସଂଗ୍ରହ ପାଇଁ ପ୍ରଶାସନ ଲକ୍ଷ ଧାର୍ଯ୍ୟ କରିଛି ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories