ସୂରଜମଲ କଲେଜରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ଥିବାଲ ସୂରଜମଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ପ୍ରଯୋଜନାରେ ଅନୁଷ୍ଠାନରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ କ୍ରୀଡ଼ା, ସାମାଜିକ କାର୍ଯ୍ୟ କଳାପ ଓ ସଂସ୍କୃତିର ଏକ ସମନ୍ଵିତ ସମାରୋହ-୨୦୨୩ର  ଶୁଭାରମ୍ଭ ହୋଇ ଯାଇଛି । ଅଧ୍ୟକ୍ଷ ଡ.ମନୋଜ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ  ପୁରାତନ ଛାତ୍ର ତଥା ଓଜେୟୁ ଜିଲ୍ଲା ସଭାପତି  ହିମାଂଶୁ ଶେଖର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଅଧ୍ୟୟନ ସହିତ କ୍ରୀଡା,ସଂସ୍କୃତି, ସମାଜ ସେବା କ୍ଷେତ୍ରରେ ଆଗ୍ରହ ଓ ସଫଳତା ଅର୍ଜ୍ଜନ କରିବା ପାଇଁ ପରାମର୍ଶ ଦେଇଥିଲେ । ଅଧ୍ୟକ୍ଷ ଡ. ପଣ୍ଡା ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଓ ଦିଗଦର୍ଶନ ନୂଆ ଓଡ଼ିଶା ନିର୍ମାଣରେ ଛାତ୍ରଛାତ୍ରୀମାନଙ୍କ କିଭଳି ଯୋଗଦାନ ରହିବ ସେ ଉପରେ ଆଲୋକପାତ କରିଥିଲେ। ସଂଯୋଜକ ଦାୟିତ୍ଵରେ ଥିବା ଅଧ୍ୟାପକ ଡ. ନରେଶ ଚନ୍ଦ୍ର ଅଗ୍ରୱାଲ, ଅଧ୍ୟାପିକା ଲିଲି ଦାଶ, ଅଧ୍ୟାପକ ଭବାନୀ ଶଙ୍କର ଚୌଧୁରୀ, ଅଧ୍ୟାପକ ଅଜୟ କୁମାର ସାହୁ , ଅଧ୍ୟାପକ ନରେନ୍ଦ୍ର ବେହେରା , ଅଧ୍ୟାପକ ଚିନ୍ତାମଣୀ ପଶାୟତ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଜାନୁୟାରୀ ୩୦ ତାରିଖ ପର୍ଯ୍ୟନ୍ତ
ହେବାକୁ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ କ୍ରୀଡ଼ା ଶିକ୍ଷକ ପ୍ରଶାନ୍ତ କୁମାର ମାହାଣା ସୂଚନା ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମ ଅବସରରେ ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ଗହୀର ଓ ପୁରାତନ ଛାତ୍ର ବିକାଶ ପୁଟେଲ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଥମ ଦିନରେ ଅଧ୍ୟାପକ, ଅଧ୍ୟାପିକାମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କବାଡି ଟୁର୍ଣ୍ଣାମେଣ୍ଟ, ସଙ୍ଗୀତ ପ୍ରତିଯୋଗିତା, ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Comments are closed.