www.samajalive.in
Monday, December 15, 2025
17.1 C
Bhubaneswar

ବିସିସିଆଇ ଦେଲା ସୂଚନା-୨୦୨୪ରେ ଭାରତୀୟ କ୍ରିକେଟ ଦଳ ଖେଳିବ ୫୨ ଅନ୍ତର୍ଜାତୀୟ ମ୍ୟାଚ

ନୂଆଦିଲ୍ଲୀ : ଭାରତୀୟ ସିନିୟର ପୁରୁଷ କ୍ରିକେଟ ଦଳ ୨୦୨୪ରେ ମୋଟ ୫୨ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଯେଉଁଥିରେ ୧୦ଟି ଟେଷ୍ଟ, ୨୧ଟି ଦିନିକିଆ ଓ ୨୧ଟି ଟି୨୦ ମ୍ୟାଚ ସାମିଲ ରହିଛି। ଉକ୍ତ ୫୨ ଅନ୍ତର୍ଜାତୀୟ ମ୍ୟାଚ ମଧ୍ୟରେ ଟି୨୦ ବିଶ୍ବକପ ମ୍ୟାଚ ସ୍ଥାନ ପାଇନାହିଁ। ଉକ୍ତ କାର୍ଯ୍ୟସୂଚୀରେ ଇଂଲଣ୍ଡ ଗସ୍ତରେ ଯାଇ ଭାରତ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବାର କାର୍ଯ୍ୟକ୍ରମ ରହିଥିବା ନେଇ ବୁଧବାର ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ଭାରତ ୨୦୨୪ରେ ଶ୍ରୀଲଙ୍କା ଗସ୍ତ କରିବ। ଉକ୍ତ ଗସ୍ତରେ ଭାରତ ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳିବ। ଉକ୍ତ ଶୃଙ୍ଖଳା ଜୁଲାଇରେ ଖେଳାଯିବ ବୋଲି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି। ୨୦୨୪ବର୍ଷ ଲାଗି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଉକ୍ତ କାର୍ଯ୍ୟସୂଚୀରେ ଭାରତୀୟ କ୍ରିକେଟ ଦଳର ଗସ୍ତ ରହିଛି। ଶ୍ରୀଲଙ୍କାର ଭବିଷ୍ୟତ ଯାତ୍ରା କାର୍ଯ୍ୟକ୍ରମରେ ୨୦୨୪ ଜାନୁଆରୀରେ ଜିମ୍ବାୱେ ଦଳ ଶ୍ରୀଲଙ୍କା ଗସ୍ତ କରିବ। ଏହା ପରେ ଆଫଗାନିସ୍ତାନ ଦଳ ଜାନୁଆରୀ ଓ ଫେବୃଆରୀରେ ଶ୍ରୀଲଙ୍କା ଗସ୍ତରେ ଆସିବ। ଫେବୃଆରୀ-ମାର୍ଚ୍ଚରେ ବାଂଲାଦେଶ ଦଳ ଶ୍ରୀଲଙ୍କା ଗସ୍ତରେ ଆସିବ। ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ ସମସ୍ତ ଦଳ ୩ଟି ଯାକ ଫର୍ମାଟର ଶୃଙ୍ଖଳା ଖେଳିବେ। ଜୁନ ଓ ଜୁଲାଇରେ ଟି୨୦ ବିଶ୍ବକପ ଆମେରିକାରେ ଖେଳାଯିବ। ଜୁଲାଇରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତ କରିବ। ଭାରତ ଶ୍ରୀଲଙ୍କା ବିପକ୍ଷରେ ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳିବ। ଏହା ପରେ ନ୍ୟୁଜିଲାଣ୍ଡ,ୱେଷ୍ଟଇଣ୍ଡିଜ୍‌ ଓ ଦକ୍ଷିଣ ଆଫ୍ରିକା ଦଳ ଶ୍ରୀଲଙ୍କା ଗସ୍ତ କରିବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories