www.samajalive.in
Tuesday, December 9, 2025
15.1 C
Bhubaneswar

ବିସିସିଆଇ ଦେଲା ସୂଚନା-୨୦୨୪ରେ ଭାରତୀୟ କ୍ରିକେଟ ଦଳ ଖେଳିବ ୫୨ ଅନ୍ତର୍ଜାତୀୟ ମ୍ୟାଚ

ନୂଆଦିଲ୍ଲୀ : ଭାରତୀୟ ସିନିୟର ପୁରୁଷ କ୍ରିକେଟ ଦଳ ୨୦୨୪ରେ ମୋଟ ୫୨ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଯେଉଁଥିରେ ୧୦ଟି ଟେଷ୍ଟ, ୨୧ଟି ଦିନିକିଆ ଓ ୨୧ଟି ଟି୨୦ ମ୍ୟାଚ ସାମିଲ ରହିଛି। ଉକ୍ତ ୫୨ ଅନ୍ତର୍ଜାତୀୟ ମ୍ୟାଚ ମଧ୍ୟରେ ଟି୨୦ ବିଶ୍ବକପ ମ୍ୟାଚ ସ୍ଥାନ ପାଇନାହିଁ। ଉକ୍ତ କାର୍ଯ୍ୟସୂଚୀରେ ଇଂଲଣ୍ଡ ଗସ୍ତରେ ଯାଇ ଭାରତ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବାର କାର୍ଯ୍ୟକ୍ରମ ରହିଥିବା ନେଇ ବୁଧବାର ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ଭାରତ ୨୦୨୪ରେ ଶ୍ରୀଲଙ୍କା ଗସ୍ତ କରିବ। ଉକ୍ତ ଗସ୍ତରେ ଭାରତ ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳିବ। ଉକ୍ତ ଶୃଙ୍ଖଳା ଜୁଲାଇରେ ଖେଳାଯିବ ବୋଲି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି। ୨୦୨୪ବର୍ଷ ଲାଗି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଉକ୍ତ କାର୍ଯ୍ୟସୂଚୀରେ ଭାରତୀୟ କ୍ରିକେଟ ଦଳର ଗସ୍ତ ରହିଛି। ଶ୍ରୀଲଙ୍କାର ଭବିଷ୍ୟତ ଯାତ୍ରା କାର୍ଯ୍ୟକ୍ରମରେ ୨୦୨୪ ଜାନୁଆରୀରେ ଜିମ୍ବାୱେ ଦଳ ଶ୍ରୀଲଙ୍କା ଗସ୍ତ କରିବ। ଏହା ପରେ ଆଫଗାନିସ୍ତାନ ଦଳ ଜାନୁଆରୀ ଓ ଫେବୃଆରୀରେ ଶ୍ରୀଲଙ୍କା ଗସ୍ତରେ ଆସିବ। ଫେବୃଆରୀ-ମାର୍ଚ୍ଚରେ ବାଂଲାଦେଶ ଦଳ ଶ୍ରୀଲଙ୍କା ଗସ୍ତରେ ଆସିବ। ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ ସମସ୍ତ ଦଳ ୩ଟି ଯାକ ଫର୍ମାଟର ଶୃଙ୍ଖଳା ଖେଳିବେ। ଜୁନ ଓ ଜୁଲାଇରେ ଟି୨୦ ବିଶ୍ବକପ ଆମେରିକାରେ ଖେଳାଯିବ। ଜୁଲାଇରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତ କରିବ। ଭାରତ ଶ୍ରୀଲଙ୍କା ବିପକ୍ଷରେ ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳିବ। ଏହା ପରେ ନ୍ୟୁଜିଲାଣ୍ଡ,ୱେଷ୍ଟଇଣ୍ଡିଜ୍‌ ଓ ଦକ୍ଷିଣ ଆଫ୍ରିକା ଦଳ ଶ୍ରୀଲଙ୍କା ଗସ୍ତ କରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories