www.samajalive.in
Monday, December 15, 2025
14.1 C
Bhubaneswar

ସହରାଞ୍ଚଳରେ ଜନସଂପର୍କ ପଦଯାତ୍ରା ଉଦ୍‌‌ଯାପିତ

ଆଠଗଡ :  ଆଠଗଡ ବିଜୁ ଜନତା ଦଳ ପକ୍ଷରୁ ସହରାଞ୍ଚଳରେ ଦୁଇଦିନ ଧରି ଚାଲିଥିବା ଜନସଂପର୍କ ପଦଯାତ୍ରା ଶୁକ୍ରବାର ଉଦ୍‌‌ଯାପିତ ହୋଇଛି । ଶେଷ ଦିନରେ ଏନଏସି ଅଞ୍ଚଳର ୪ନଂ, ୧୪ନଂ ଏବଂ କନ୍ତୋଲର ୧୦, ୧୧, ୧୨, ୧୩ ଓ ୧୭ନଂ ୱାର୍ଡରେ ଏହି ପଦଯାତ୍ରା ଆୟୋଜିତ ହୋଇଥିଲା । ଏନଏସି ଉପ-ନଗରପାଳ ବି. ଶୁଭ୍ରଶଙ୍କର ଜ୍ୟୋତିଙ୍କ ଆବାହକତ୍ୱ ଏବଂ ନଗରପାଳଙ୍କ ପ୍ରତିନିଧି ଯୁବନେତା ପ୍ରକାଶ ଚନ୍ଦ୍ର ରାଉତଙ୍କ ସଂଯୋଜନାରେ ୧୪ନଂ ୱାର୍ଡ ନୃସିଂହପାଟଣା ଶବରସାହିର ତ୍ରିନାଥ ମନ୍ଦିରରୁ ପଦଯାତ୍ରା ବାହାରି ମେଡିକାଲ ରାସ୍ତା, ଦଳିତ ବସ୍ତି, ହରିସରଣପୁର ସାହି ଦେଇ କନ୍ତୋଲର ସମସ୍ତ ୱାର୍ଡ ପରିକ୍ରମା କରି ଅଧିଷ୍ଠାତ୍ରୀ ଦେବୀ ଦକ୍ଷିଣଚଣ୍ଡୀ ମନ୍ଦିର ନିକଟରେ ଶେଷ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନଗରପାଳ ସସ୍ମିତା ରାଉତଙ୍କ ସମେତ ନଗର ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହ, ମହିଳା ବିଜେଡି ସଭାନେତ୍ରୀ ସୁଷମା ପରିଡା, ଯୁବ ବିଜେଡି ସଭାପତି ଶିବଶଙ୍କର ଜେନା, ଛାତ୍ର ବିଜେଡି ସଭାପତି ଖଲିଦ୍‌‌ ମହମ୍ମଦ୍‌‌, ରାଜ୍ୟ ମହିଳା ବିଜେଡି ଉପସଭାପତି ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ, ପୂର୍ବତନ ନଗରପାଳ ସୁଚିତ୍ରା ସାହୁ ଓ ରମେଶଚନ୍ଦ୍ର ଘଡାଇ, ଜିଲ୍ଲା ମହିଳା ବିଜେଡି ସାଧାରଣ ସଂପାଦିକା ରଞ୍ଜିତା ଭକ୍ତା ଓ ମମତା ଦାସ, ସହ ସଂପାଦିକା ପୂର୍ଣ୍ଣିମା ବେହେରା, ସମବାୟ ସମିତି ସଭାପତି ରଶ୍ମିତା ରାଉତ, କାଉନସିଲର ସିପ୍ରା ଦାଶ, ସାଗରିକା ମୁଦୁଲି, ପାର୍ବତୀ ରଣା, ଶୈଳବାଳା ସାମନ୍ତ, ଅଶୋକ ବାରିକ, ଉମେଶ ସେଠୀ, ମହିଳା ନେତ୍ରୀ ସୁଚିତ୍ରା ବେହେରା ପ୍ରମୁଖ ଯୋଗଦେଇ ବିଗତ ୨୨ବର୍ଷର ବିଜେଡି ସରକାରଙ୍କ ଦ୍ୱାରା ଓଡିଶାର ଜନସାଧାରଣଙ୍କ ପାଇଁ ପ୍ରଣିତ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। ଏଥି ସହିତ ୩୨ବର୍ଷ ଧରି ଆଠଗଡର ବିଧାୟକ ତଥା ମନ୍ତ୍ରୀ ରୂପେ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ଉଦ୍ୟମରେ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ଏକ ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା । ଆଠଗଡ ସହରକୁ ବିକଶିତ କରିବ ସହିତ ଏକ ସରସ ସୁନ୍ଦର ଓ ସ୍ୱଚ୍ଛ ସହରରେ ପରିଣତ କରିବା ପାଇଁ ନଗରପାଳ ଶ୍ରୀମତୀ ରାଉତ ଜନସାଧାରଣଙ୍କର ସହଯୋଗ କାମନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories