www.samajalive.in
Monday, December 15, 2025
14.1 C
Bhubaneswar

ବିଶ୍ୱ ଆୟୋଡିନ ଅଭାବଜନିତ ଦିବସରେ ସଚେତନତା

ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ଯୋରନ୍ଦା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରଠାରେ ବିଶ୍ୱ ଆୟୋଡିନ ଅଭାବଜନିତ ଦିବସ ପାଳନ ଅବସରରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଆମ ଶରୀର ପାଇଁ ଆୟୋଡିନ ଯୁକ୍ତ ଲୁଣର ଆବଶ୍ୟକତା ଓ ଉପକାରିତା ସଂପର୍କରେ ଲୋକଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ। ଖାଦ୍ୟରେ ଆୟୋଡିନ ଭାଗ କମିଲେ ପାଚନକ୍ରିୟାରେ ବ୍ୟାଘାତ ଘଟେ ଏବଂ ଏଥିଯୋଗୁଁ ଥାଇରଏଡ ରୋଗ ହୋଇଥାଏ । ସମୁଦ୍ରକୂଳ ଅଞ୍ଚଳରେ ପ୍ରଚୁରମାତ୍ରାରେ ଆୟୋଡିନ ଥାଏ, କିନ୍ତୁ ପଶ୍ଚିମ ଓଡିଶା ଓ ପାର୍ବତ୍ୟ ଅଞ୍ଚଳରେ ଆୟୋଡିନର ଅଭାବ ଯୋଗୁଁ ଥାଇରଏଡ ସମେତ ଅନ୍ୟାନ୍ୟ ରୋଗ ସୃଷ୍ଟି ହୋଇଥାଏ । ତେଣୁ ହସିଲା ସୂର୍ଯ୍ୟ ଚିହ୍ନ ଥିବା ଆୟୋଡିନଯୁକ୍ତ ଲୁଣ ନିୟମିତ ଖାଇବା ଲାଗି ଶ୍ରୀ ଅସଲମ ପରାମର୍ଶ ଦେଇଥିଲେ। ବିଶେଷକରି ଗର୍ଭବତୀ ମାଆମାନେ ଗର୍ଭାବସ୍ଥାରେ ଆୟୋଡିନଯୁକ୍ତ ଲୁଣ ଖାଇଲେ ଜନ୍ମ ହେବାକୁ ଥିବା ଶିଶୁର ମାନସିକ ଓ ଶାରୀରିକ ବିକାଶ ଠିକ୍‌‌ ଭାବରେ ହୋଇଥାଏ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସିଏଚସି ବ୍ଲକ ଯୋଜନା ସଂଯୋଜିକା ଅପର୍ଣ୍ଣା ମହାପାତ୍ରଙ୍କ ସମେତ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଅଙ୍ଗନବାଡି ଓ ଆଶାକର୍ମୀ ଏବଂ ଗାଁ କଲ୍ୟାଣ ସମିତିର ସଭ୍ୟମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହିତ ଏକ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories