www.samajalive.in
Monday, December 15, 2025
15.1 C
Bhubaneswar

ବନ୍ୟଜନ୍ତୁଙ୍କ ପେଟକୁ ଯାଉଛି ଅଧା ଫସଲ, ଚାଷୀ ହତାଶ

ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ କଟକିଆସାହି ପଞ୍ଚାୟତ ଅଧିନ ବନ୍ଧହଟା ଓ ବାଲିସାହି ଅଞ୍ଚଳରେ ହାତୀ, ବାର୍‌‌ହା, ମାଙ୍କଡ ଆଦି ବନ୍ୟଜନ୍ତୁଙ୍କ ଦୌରାତ୍ମ୍ୟରେ ଚାଷୀକୂଳ ଅତିଷ୍ଠ ହୋଇପଡିଲେଣି। ବାଲିସାହି ଓ ବନ୍ଧହଟା ଗ୍ରାମ ଦୁଇଟିର ଲୋକେ ଚାଷବାସ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ରହିଥିବାବେଳେ ସେମାନଙ୍କର ଝାଳବୁହା ପରିଶ୍ରମରେ କରାଯାଇଥିବା ଫସଲ ଅମଳ ପୂର୍ବରୁ ଅଧାରୁ ଅଧିକ ବନ୍ୟଜନ୍ତୁଙ୍କ ପେଟକୁ ଯାଉଥିବାରୁ ଚାଷୀ ବାପୁଡା ହତାଶ ହୋଇପଡୁଛନ୍ତି । ଏହି ଦୁଇ ଗ୍ରାମ ନିକଟରେ ମହାନଦୀରେ ମିଶିଥିବା ସାପୁଆନଦୀ ମୁହାଣ ରହିଥିବାରୁ ସେଠାରେ ବର୍ଷତମାମ ଜଳସେଚନ ପାଇଁ ଜଳ ଉପଲବ୍ଧ ହେଉଥିବାରୁ ପାରମ୍ପରିକ ଧାନଚାଷ ବ୍ୟତୀତ ବର୍ଷସାରା ପନିପରିବା ଓ ଋତୁକାଳୀନ ଫସଲ କରି ଚାଷୀମାନେ ବର୍ଷଯାକର ଆୟ କରିଥାଆନ୍ତି । କିନ୍ତୁ ଏବେ କିଛିଦିନ ହେବ ହାତୀ, ବାର୍‌‌ହା ଓ ମାଙ୍କଡ ଆଦି ବନ୍ୟଜନ୍ତୁଙ୍କର ନିୟମିତ ଦୌରାତ୍ମ୍ୟ ଦ୍ୱାରା ବ୍ୟାପକ ଫସଲ ହାନୀ ହେଉଥିବାରୁ ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଋଣ କରି ଚାଷବାସ କରିଥିବା ଚାଷୀ କିପରି ଋଣ ସୁଝିବେ ସେହି ଚିନ୍ତାରେ ମ୍ରିୟମାଣ ହୋଇପଡୁଛନ୍ତି । ଏପରିକି ଋଣ ଯନ୍ତାରେ ପଡି ଚାଷୀ ଅନନ୍ୟ ଉପାୟ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି ବୋଲି ବନ୍ଧହଟା ଓ ବାଲିସାହିର ଚାଷୀମାନେ କ୍ଷୋଭର ସହିତ କହିଛନ୍ତି । ସେ ଅଞ୍ଚଳରେ ୩କି.ମି. ପରିଧି ବିଶିଷ୍ଟ ଅଞ୍ଚଳରେ ସୌରଶକ୍ତି ବାଡର ବ୍ୟବସ୍ଥା କରିବା ପାଇଁ ବନବିଭାଗ ଏବଂ ଆଠଗଡ ଉପଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଏଥି ସହିତ ବନ୍ୟଜନ୍ତୁ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କୁ ବନବିଭାଗ ପକ୍ଷରୁ ଆବଶ୍ୟକୀୟ କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି । ସେହିପରି ଏହି ଦୁଇଗ୍ରାମରେ ମାଙ୍କଡ ଉପଦ୍ରବ ଅସହ୍ୟ ହେଲାଣି। ନିକଟରେ ମାଙ୍କଡ କାମୁଡାରେ ବାସନ୍ତି ସ୍ୱାଇଁ, ଅମରେନ୍ଦ୍ର ସ୍ୱାଇଁ, ବସନ୍ତ ସ୍ୱାଇଁଙ୍କ ସମେତ ପ୍ରାୟ ୬-୭ଜଣ ଲୋକ ଆହତ ହୋଇ ଆଠଗଡ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ଜଣାପଡିଛି । ମାଙ୍କଡଙ୍କ ଉପଦ୍ରବରୁ ଗ୍ରାମବାସୀ କିପରି ରକ୍ଷା ପାଇବେ ସେ ଦିଗରେ ବନବିଭାଗ ଉପଯୁକ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଶୁକ୍ରବାର ବନ୍ଧହଟା ଓ ବାଲିସାହି ଗ୍ରାମର ଚାଷୀ ପ୍ରେମାନନ୍ଦ ସ୍ୱାଇଁ, ଧରଣୀଧର ରାଉତ, ଅଜୟ ସ୍ୱାଇଁ, ସୁରେଶ କୁମାର ସାହୁ, ଚନ୍ଦ୍ରଶେଖର ସ୍ୱାଇଁ, ସାରଙ୍ଗଧର ସ୍ୱାଇଁ, ମୋହନ ସ୍ୱାଇଁ ପ୍ରମୁଖ ଏକ ପ୍ରତିନିଧି ଦଳ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଏବଂ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର କୁମାର ନାୟକଙ୍କୁ ସାକ୍ଷାତ କରି ସେମାନଙ୍କ ସମସ୍ୟା ସଂପର୍କରେ ଏକ ସ୍ମାରକପତ୍ର ଦେବା ସହିତ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories