www.samajalive.in
Monday, December 15, 2025
14.1 C
Bhubaneswar

କାର୍ତ୍ତିକ କେକେଆର୍‌ର ଅଧିନାୟକ

କଲକାତା : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅନ୍ୟତମ ଦଳ କଲକାତା ନାଇଟ୍‌ ରାଇଡର୍ସର ଅଧିନାୟକ ଭାବେ ଦିନେଶ କାର୍ତ୍ତିକଙ୍କୁ ନିଯୁକ୍ତ କରାଯାଇଛି। ପୂର୍ବରୁ ଏହି ଦଳର ଅଧିନାୟକ ଭାବେ ଗୌତମ ଗମ୍ଭୀର ଦାୟିତ୍ୱ ନିର୍ବାହ କରିଥିଲେ। ତେବେ ଗତ ଜାନୁଆରୀରେ ଆୟୋଜିତ ଖେଳାଳି ନିଲାମରେ ଗମ୍ଭୀରଙ୍କୁ କଲକାତା ଦଳ କିଣିନଥିବାରୁ ଏହି ଦଳର ପରବର୍ତ୍ତୀ ଅଧିନାୟକ କିଏ ହେବ ତାକୁ ନେଇ ଆଲୋଚନା ଜୋର୍‌ ଧରିଥିଲା। ରବିବାର ଦିନେଶ କାର୍ତ୍ତିକଙ୍କୁ କଲକାତା ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିବା ବେଳେ ରବିନ୍‌ ଉତ୍ଥାପାଙ୍କୁ ଉପଅଧିନାୟକ ଭାବେ ନିଯୁକ୍ତ କରାଯାଇଛି।
ଖେଳାଳି ନିଲାମରେ କାର୍ତ୍ତିକଙ୍କୁ କଲକାତା ଦଳ ୭.୪ କୋଟି ଟଙ୍କାରେ କିଣିଥିଲା। ୩୨ ବର୍ଷୀୟ କାର୍ତ୍ତିକ ଆଇପିଏଲ୍‌ର ୫ଟି ଦଳ ପକ୍ଷରୁ ପୂର୍ବରୁ ଖେଳି ସାରିଛନ୍ତି। ଏହି ଦଳ ଗୁଡ଼ିକ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ମୁମ୍ବଇ ଇଣ୍ଡିଆନ୍‌ସ, କିଙ୍ଗସ୍‌ ଏକାଦଶ ପଞ୍ଜାବ, ଦିଲ୍ଲୀ ଡେୟାର ଡେଭିଲ୍‌ସ ଓ ଗୁଜରାଟ ଲାଏନ୍‌ସ। ଆଇପିଏଲ୍‌ କ୍ୟାରିୟରରେ କାର୍ତ୍ତିକ ୧୫୨ଟି ମ୍ୟାଚ୍‌ ଖେଳି ୨୪.୮୧ ହାରରେ ୨୯୦୩ ରନ୍‌ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ୧୪ଟି ଅର୍ଦ୍ଧଶତକ ରହିଛି। ୱିକେଟରକ୍ଷକ ଭାବେ କାର୍ତ୍ତିକ ୮୮ଟି କ୍ୟାଚ୍‌ ଧରିଥିବା ବେଳେ ୨୬ଟି ଷ୍ଟମ୍ପିଂ କରିଛନ୍ତି। ଘରୋଇ କ୍ରିକେଟ୍‌ରେ କାର୍ତ୍ତିକ ତାମିଲନାଡୁ ଦଳର ନେତୃତ୍ୱ ନେଇଥିବା ବେଳେ ତାଙ୍କ ଅଧୀନରେ ତାମିଲନାଡୁ ୨୦୦୯-୧୦ ବିଜୟ ହଜାରେ ଟ୍ରଫି ଜିତିଥିଲା। ସେହିପରି ଗତବର୍ଷ ସେ ଦୁଲୀପ ଟ୍ରଫିରେ ଇଣ୍ଡିଆ ରେଡ୍‌ ଦଳର ନେତୃତ୍ୱ ନେଇ ଦଳକୁ ଚମ୍ପିଆନ୍‌ କରାଇଥିଲେ। ନିଜ ପ୍ରତିକ୍ରିୟାରେ କାର୍ତ୍ତିକ କହିଥିଲେ କଲକାତା ଦଳର ଅଧିନାୟକ ଭାବେ ତାଙ୍କୁ ଦାୟିତ୍ୱ ଦିଆଯାଇଥିବାରୁ ସେ ବେଶ୍‌ ଖୁସି ଅଛନ୍ତି। ଏହି ନୂଆ ଆହ୍ୱାନ ପାଇଁ ସେ ସଂପୂର୍ଣ୍ଣ ପ୍ରସ୍ତୁତ।
କଲକାତା ଦଳ: ଦିନେଶ କାର୍ତ୍ତିକ (ଅଧିନାୟକ), ରବିନ୍‌ ଉତ୍ଥାପା (ଉପଅଧିନାୟକ), ସୁନୀଲ ନାରାୟଣ, ଆନ୍ଦ୍ରେ ରସେଲ୍‌, କ୍ରିସ୍‌ ଲିନ୍‌, ମିଚେଲ୍‌ ଷ୍ଟାର୍କ, କୁଲଦୀପ୍‌ ଯାଦବ, ପୀୟୁଷ ଚାୱଲା, ନୀତୀଶ ରାଣା, କମଳେଶ ନାଗରକୋଟି, ଶୁଭମ୍‌ ମାଭି, ମିଚେଲ୍‌ ଜନ୍‌ସନ୍‌, ଶୁବମାନ୍‌ ଗିଲ୍‌, ବିନୟ କୁମାର, ରିଙ୍କୁ ସିଂହ, କାମେରନ୍‌ ଡେଲପୋର୍ଟ, ଜାଭନ୍‌ ସଅରଲେସ୍‌, ଅପୂର୍ବ ବିଜୟ, ଈଶାଙ୍ଗ ଜାଗି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories