www.samajalive.in
Monday, December 15, 2025
14.1 C
Bhubaneswar

‘ଷଡ଼ଯନ୍ତ୍ର ପଛରେ ପ୍ରେମ ସଂପର୍କ’

ବିବାହରେ ‘ମୃତ୍ୟୁ ଉପହାର’ ଘଟଣାରେ ସ୍ପଷ୍ଟ କଲେ ଏସ୍‌ପି

ବଲାଙ୍ଗିର : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଏହି ଷଡଯନ୍ତ୍ର ପଛରେ ପ୍ରେମ ଓ ପ୍ରତିଶୋଧ ରହିଥିବା ବଲାଙ୍ଗିର ଏସ୍‌ପି ସ୍ୱୀକାର କରିଛନ୍ତି। ତେବେ ଉକ୍ତ ଘଟଣା ପଛରେ କାହା ପ୍ରେମ ଜଡିତ ଏ ସଂପର୍କରେ ସେ କିଛି ସ୍ପଷ୍ଟ କରିନାହାନ୍ତି। ରାଜ୍ୟ ଓ ରାଜ୍ୟ ବାହାରେ ତଦନ୍ତ କରି ଫେରିଥିବା ପୁଲିସ୍‌ ଟିମ୍‌ର ତଥ୍ୟ ଆଧାରରେ ତଦନ୍ତ ଚାଲିଥିବା ଏସ୍‌ପି କହିଛନ୍ତି। ଘଟଣାର ତଦନ୍ତ ଶିଥିଳ ହୋଇଥିଲେ ମଧ୍ୟ ୯ ଦିନ ପରେ ଏହି ଲୋମହର୍ଷଣକାରୀ ଘଟଣା ଉପରୁ ପରଦା ହଟିବାରେ ଲାଗୁଛି। ଏମିତିକି ସନ୍ଦେହରେ ଥିବା ଦୁଇ ଯୁବକଙ୍କୁ ପୁଲିସ୍‌ ଗୋଡେଇ ତୋଡେଇ ପଚରାଉଚୁରା କରୁଛି। ଅନ୍ୟପକ୍ଷରେ ଘଟଣାରେ ଗୁରୁତର ହୋଇ କଟକ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ନବବଧୂ ରୀମାର ବୟାନ ରେକର୍ଡ କରିସାରିଛି ପୁଲିସ୍‌। ହେଲେ ରୀମାର ବୟାନରୁ ପ୍ରକୃତ ହତ୍ୟାକାରୀଙ୍କ ଠିକଣା ମିଳି ନ ଥିଲେ ମଧ୍ୟ ତାଙ୍କ କଥାରୁ କିଛି ଖିଅ ପାଇଛି ପୁଲିସ୍‌।
ଅପରପକ୍ଷରେ ଏହି ଘଟଣାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ଦାନା ବାନ୍ଧୁଛି। ଆଲୋଚନାରେ ମୃତ ଯୁବକ ସୌମ୍ୟଶେଖରଙ୍କ ପ୍ରେମ ସଂପର୍କ ସାମ୍ନାକୁ ଆସିଥିଲା। ଲୋକଙ୍କ ମଧ୍ୟରେ ହେଉଥିବା ଆଲୋଚନା ଅନୁଯାୟୀ ଅନ୍ୟ ଏକ ସଂପ୍ରଦାୟର ଝିଅ ସହିତ କୁଆଡେ ମୃତ ସୌମ୍ୟଙ୍କ ସଂପର୍କ ରହିଥିଲା। ତେବେ ସୌମ୍ୟଙ୍କ ବିବାହ ବିଷୟରେ ଜାଣି ଉକ୍ତ ଝିଅର ପରିବାର ଲୋକ ଆସି
ସୌମ୍ୟଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ତଥାପି କିଛି ସୁଫଳ ମିଳି ନ ଥିବାରୁ ନତୁବା ଏହି ବାହାଘର ଦ୍ୱାରା ଉକ୍ତ ପରିବାର କିଛି ଏପରି କ୍ଷତି ହୋଇଥିଲା, ଯାହାର ପ୍ରତିଶୋଧ ନେବାକୁ ଯାଇ ଏହିପରି ଷଡଯନ୍ତ୍ର କରାଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଜୋର ଧରିଥିଲା। ତେବେ ଏହି ଆଲୋଚନାକୁ ମୃତ ସୌମ୍ୟଙ୍କ ପରିବାର ଲୋକ ଅସ୍ୱୀକାର କରିଥିବାବେଳେ ପୁଲିସ ମଧ୍ୟ ଏ ଉପରେ କୌଣସି ପ୍ରତିକ୍ରିୟା ରଖି ନ ଥିଲା। ତେବେ ଏହିଭଳି ଆଲୋଚନାର ଅନ୍ୟଦିଗରେ ମଧ୍ୟ ପୁଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି। ରୀମାଙ୍କ ଘର ବୌଦ୍ଧ ଜିଲା ଘଣ୍ଟପଡା ଯାଇ ପୁଲିସ ପଚରାଉଚୁରା କରିଛି। ରୀମାର ପ୍ରେମ ସଂପର୍କ କିମ୍ବା ଏକତରଫା ପ୍ରେମ ଏହାର କାରଣ ହୋଇପାରେ ବୋଲି ପୁଲିସ୍‌ ସନ୍ଦେହ କରୁଛି।
ବଲାଙ୍ଗିର ପୁଲିସ ଏକାଧିକ ଟିମ କରି ଉଭୟ ପରିବାର ଲୋକଙ୍କୁ ବିଭିନ୍ନ ପର୍ଯ୍ୟାୟରେ ପଚରାଉଚୁରା ଜାରି ରଖିଛି। କଟକ ଏସ୍‌ସିବିରେ ରୀମାଙ୍କ ବୟାନ ରେକର୍ଡ, କଲ ରେକର୍ଡ ଯାଞ୍ଚ ପରେ କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ ମଧ୍ୟ ପୁଲିସ ହାତରେ ଲାଗିଛି। ଏହି ହତ୍ୟା ପଛରେ ପ୍ରେମ ସଂପର୍କ ଥିବା ପୁଲିସ ଆଶଙ୍କା କରୁଥିବା ବଲାଙ୍ଗିର ଏସ୍‌ପି କେ.ଶିବା ସୁବ୍ରମଣି ସୂଚନା ଦେଇଛନ୍ତି। ତେବେ ଘଟଣାର ଅଭିଯୁକ୍ତ ଖୁବଶୀଘ୍ର ଧରାପଡିବ ବୋଲି ଏସ୍‌ପି ଦୃଢୋକ୍ତି ପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories