www.samajalive.in
Monday, December 15, 2025
16.1 C
Bhubaneswar

ଚଣ୍ଡୀ ମନ୍ଦିର ଛକ ତୋରଣ ବିବାଦ ତୁଟିଲା ,ଜମି ଦେବାକୁ ଶୈଳବାଳା କର୍ତ୍ତୃପକ୍ଷଙ୍କ ସମ୍ମତି

 

କଟକ : ଚଣ୍ଡୀ ମନ୍ଦିରଛକରେ ତୋରଣ ନିର୍ମାଣକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଦୂର ହୋଇଛି। ଜମି ଦେବାକୁ ଶେଷରେ ଶୈଳବାଳା ମହିଳା ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସମ୍ମତି ପ୍ରକାଶ କରିଛନ୍ତି। ସ୍ୱରାଜ୍ୟ ସରକାର ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।
ଚଣ୍ଡୀ ମନ୍ଦିର ନିକଟରେ ହଜାର ବର୍ଷ ପୂର୍ତ୍ତିର ସ୍ମାରକୀ ଭାବେ ଏକ ସ୍ଥାୟୀ କଂକ୍ରିଟ୍‌ ସ୍ୱାଗତ ତୋରଣ ନିର୍ମାଣ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ୨୦୧୫ରେ ଏନେଇ ପ୍ରସ୍ତାବ ଦିଆଯିବା ପରେ ୪ ମାସ ମଧ୍ୟରେ କାମ ଶେଷ ହେବ ବୋଲି ସ୍ଥିର ହୋଇଥିଲା। ରାସ୍ତା ଓ ପୂର୍ତ୍ତ ବିଭାଗ (ଆର ଆଣ୍ଡ ବି)କୁ ତୋରଣ ନିର୍ମାଣ ଦାୟିତ୍ୱ ଦିଆଯିବା ପରେ ବିଭାଗ ଟେଣ୍ଡର କରିବାରେ ବିଳମ୍ବ କରିଥିଲା। ୭୨ ଲକ୍ଷ ଟଙ୍କା ବ୍ୟୟରେ ତୋରଣ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ତୋରଣରେ ଓଡ଼ିଶାର ବିଭିନ୍ନ ଐତିହ୍ୟର ଚିତ୍ର ରହିବା ସହିତ କଟକର ଗୌରବମୟ ଗାଥାର ମଧ୍ୟ ନିଖୁଣ ନିଦର୍ଶନ ଦେଖିବାକୁ ମିଳିଥାନ୍ତା। ଏହାଛଡ଼ା କଟକଚଣ୍ଡୀଙ୍କ ବିଭିନ୍ନ ବେଶକୁ ମଧ୍ୟ ଏଥିରେ ଦେଖିବାକୁ ମିଳିଥାନ୍ତା। ୨୦୧୭ ମେ’ରେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ମାସରେ କାର୍ଯ୍ୟ ବନ୍ଦ ହୋଇପଡ଼ିଥିଲା। ଏଠାରେ ତୋରଣର ପ୍ଲାନ୍‌ ମୁତାବକ ଆବଶ୍ୟକ ହେଉଥିବା ତିନିଟି ସ୍ତମ୍ଭରୁ ଦୁଇଟି ସ୍ତମ୍ଭର ନିର୍ମାଣ ଶେଷ ହୋଇଥିବା ବେଳେ ଶେଷସ୍ତମ୍ଭ ନିର୍ମାଣ ପାଇଁ ବିବାଦ ଉପୁଜିଥିଲା। ନିକଟରେ ଶୈଳବାଳା କଲେଜର ପାଚେରି ପଡ଼ୁଥିବାରୁ ସ୍ତମ୍ଭ ନିର୍ମାଣ ସମ୍ଭବପର ହୋଇ ନଥିଲା। ପାଚେରି ଭଙ୍ଗାଯିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଜିଲାପାଳଙ୍କୁ ଜଣାଇଥିଲେ। ଏ ସମ୍ପର୍କରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା ପରେ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶକୁ ଅପେକ୍ଷା କରାଯାଇଥିଲା। ୩ ଜାନୁଆରୀ ୨୦୧୮ରେ ଏନେଇ ରେ ଜିଲାପାଳ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖି ତୃତୀୟ ସ୍ତମ୍ଭ ନିମନ୍ତେ ଆବଶ୍ୟକ ଜମି ଯୋଗାଇ ଦେବା ପାଇଁ ବିଭାଗକୁ ଅନୁରୋଧ କରିଥିଲେ। କଲେଜ ଜମିରେ ସ୍ତମ୍ଭ ନିର୍ମାଣ କରିବା ପାଇଁ ବିଭାଗ ଅନୁମତି ଦେଇଛନ୍ତି।
ଖୁବ୍‌ଶୀଘ୍ର ତୋରଣ କାର୍ଯ୍ୟାରମ୍ଭ ହେବ ବୋଲି ଜଣାପଡ଼ିଛି। କଂକ୍ରିଟ୍‌ ତୋରଣଟି ୩୭ ଫୁଟ୍‌ ଉଚ୍ଚତା ବିଶିଷ୍ଟ ହେବା ସହିତ ଏହାକୁ ତିନି ଭାଗରେ ବିଭକ୍ତ କରାଯାଇଛି। ମହାନଦୀ କୋଲ୍‌ ଫିଲ୍‌ଡ (ଏମ୍‌ସିଏଫ୍‌) ସଂସ୍ଥା ଅର୍ଥ ଯୋଗାଇ ଦେଇଛି। ଯୋଜନାକୁ ଦୁଇ ବର୍ଷ ବିତିବାକୁ ବସିଥିବା ବେଳେ ତୋରଣ ନିର୍ମାଣ ଶେଷ ହୋଇପାରି ନାହିଁ। ସ୍ଥାନୀୟ କର୍ପୋରେଟର ଜ୍ଞାନରଞ୍ଜନ ସ୍ୱାଇଁଙ୍କୁ ପଚାରିବାରୁ- ଉପୁଜିଥିବା ବିବାଦର ସମାଧାନ ହୋଇଛି। ଆଲୋଚନା କରାଯିବା ପରେ ତୃତୀୟ ସ୍ତମ୍ଭ ନିର୍ମାଣ ଆରମ୍ଭ ହେବ ବୋଲି ସେ କହିଛନ୍ତି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories