www.samajalive.in
Monday, December 15, 2025
27.1 C
Bhubaneswar

ଏସ୍‌ସିବି ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡ଼ିଲା ନାଗରିକ ସମାଜ

କଟକ : କଟକ ବଡ଼ ଡାକ୍ତରଖାନାର କ୍ରମାଗତ କାର୍ଯ୍ୟବନ୍ଦ ଆନ୍ଦୋଳନ, ରୋଗୀ ଶୋଷଣର ଦୃଢ ପ୍ରତିବାଦ କରିଛନ୍ତି ୨୫ଟି ନାଗରିକ ସମାଜର ପ୍ରତିନିଧି। ଉତ୍କଳ ସେବକ ସମାଜ ସମ୍ମିଳନୀ କକ୍ଷରେ ମଞ୍ଚର ସଭାପତି ଅମୀୟ ଭୂଷଣ ବିଶ୍ୱାଳଙ୍କ ନେତୃତ୍ୱରେ ବଡ଼ ଡାକ୍ତରଖାନାର ସମସ୍ୟା ସମାଧାନ ପାଇଁ ବିସ୍ତୃତ ଆଲୋଚନା କରିଥିଲେ। ଏହି ବୈଠକରେ ପ୍ରଫେସର ଡା. ଦାମୋଦର ବିଶ୍ୱାଳ ପୌରୋହିତ୍ୟ କରିଥିଲେ। ରାଜ୍ୟର ସର୍ବବୃହତ୍‌ ଡାକ୍ତରଖାନା ସଂପ୍ରତି ଶୋଷଣର କେନ୍ଦ୍ରବିନ୍ଦୁ ଓ ମରଣଯନ୍ତା ପାଲଟିଛି ବୋଲି ସଭାପତି ଶ୍ରୀ ବିଶ୍ୱାଳ କହିଥିଲେ। ଓଡ଼ିଶା ସ୍ୱେଚ୍ଛାସେବୀ ୟୁନିୟନର ମୁଖ୍ୟ ଆବାହକ ତପନ ପାଢ଼ୀ କଟକର ସମସ୍ତ ବଜାର କମିଟି, ଶାନ୍ତି କମିଟି, ପୂଜା କମିଟି, ସ୍ୱେଚ୍ଛାସେବୀ ସଂଗଠନ ଓ ଗୋଷ୍ଠୀଭିତ୍ତିକ ସଂଗଠନଗୁଡ଼ିକୁ ନେଇ ଆଗାମୀ ଦିନରେ ମିଳିତ ଆଲୋଚନା ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଛି। ଝୁମ୍ପୁଡ଼ିପଟ୍ଟି ମହାସଂଘର ମୁଖ୍ୟ ବୃନ୍ଦାବନ ଦାସ ଆଜାଦ୍‌ ପୁଲିସର ନିରବତା ଓ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇବା ସହ ନ୍ୟାୟାଳୟର ଆଶ୍ରୟ ନେବାକୁ ମତ ଦେଇଥିଲେ। ବସୁଧୈବ କୁଟୁମ୍ବକମ୍‌ର ମୁଖ୍ୟ ଭାଗିରଥୀ ସାହୁ ଡାକ୍ତରଙ୍କର କ୍ରମାଗତ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମାଗ୍ରୀକ ଭାବେ ନିନ୍ଦା କରିବା ଦରକାର ବୋଲି ମତଦେଇଥିଲେ। ଦି ସଂସ୍କାରର ସମ୍ପାଦକ ଅନିଲ କୁମାର ମହାନ୍ତି ବଡ଼ଡାକ୍ତରଖାନାର ସଂସ୍କାର ପାଇଁ ବୁଦ୍ଧିଜୀବୀମାନେ ଚିନ୍ତା କରିବାର ବେଳ ଆସିଛି ବୋଲି କହିଥିଲେ। ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହାସପାତାଳରେ ଚାଲିଥିବା ଅବ୍ୟବସ୍ଥା, ଶୋଷଣ ଓ ବେଆଇନ କାର୍ଯ୍ୟ ପରୋକ୍ଷଭାବେ କଟକର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରୁଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ସଂଘର ସମ୍ପାଦକ ଆଇନଜୀବୀ କମଳାକାନ୍ତ ମହାନ୍ତି ଓ ଶିକ୍ଷାବିତ୍‌ କୈଳାସଚନ୍ଦ୍ର ବରାଳ ଏକ କୋର କମିଟି ଓ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ ପାଇଁ ପ୍ରସ୍ତାବ ରଖିଥିଲେ। ଗାନ୍ଧିବାଦୀ ପ୍ରମୋଦ କୁମାର ଓଝା ଧନ୍ୟବାଦ ଦେଇଥିଲେ। ମଳୟ କୁମାର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏଥିରେ ମାନସ ସାହୁ, ଦିଲ୍ଲୀପ କୁଅଁର, ଚନ୍ଦ୍ରମୋହନ ସାହୁ, ବାଳକୃଷ୍ଣ ବେହେରା, ବାସୁଦେବ ରାଉତ, ଅନିରୁଦ୍ଧ ଦାସ, ମିନତୀ ମିଶ୍ର, ଉପେନ୍ଦ୍ର ସାମଲ, ଜ୍ଞାନରଞ୍ଜନ ନାୟକ, ସ୍ନେହମୟୀ ଦାସ ଓ ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories