www.samajalive.in
Monday, December 15, 2025
15.1 C
Bhubaneswar

ଅନ୍ଧବିଶ୍ୱାସରୁ ଆଜୀବନ ଜେଲ ; ନିମ୍ନ ଅଦାଲତ ରାୟ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଅନ୍ଧବିଶ୍ୱାସକୁ ଆଧାର କରି ମଣିଷ ଯେ କେତେ ବଡ ଭୁଲ କରିଥାଏ, ତାହା ପରବର୍ତ୍ତୀ ସମୟରେ ଆକଳନ କରାଯାଏ। ଏମିତି ଏକ ଘଟଣାରେ ସରାବନ ଭବନ ହୋଟେଲ ମାଲିକ ପି ରାଜଗୋପଳକୁ ସୁପ୍ରିମକୋର୍ଟ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
ପ୍ରେମ, ଟାର୍ଗେଟ, ହତ୍ୟା ଏବଂ ଦଣ୍ଡ ଏମତି ଢଙ୍ଗରେ ଏକ କାହାଣୀ ୨୦୦୧ ମସିହାରେ ଘଟିଥିଲା। ଏହି କାହାଣୀର ମୁଖ୍ୟ ନାୟକ ଥିଲେ ସରାବନ ଭବନ ହୋଟେଲ ମାଲିକ ପି ରାଜଗୋପାଲ। ଅନ୍ଧବିଶ୍ୱାସକୁ ଆଧାର କରି ରାଜଗୋପଳ ନିଜର ତୃତୀୟ ବିବାହ କରିବା ପାଇଁ ଚେଷ୍ଟା କରିଥିଲେ। ହୋଟେଲର ଚେନ୍ନାଇ ଶାଖାରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ଝିଅ ଜୀବଜ୍ୟୋତିଙ୍କୁ ବିବାହ କରିବା ପାଇଁ ରାଜଗୋପଳ ମନ ବଳାଇଥିଲେ। କିନ୍ତୁ ଜୀବଜ୍ୟୋତି ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ। ପରେ ଜୀବଜ୍ୟୋତି ହୋଟେଲରେ କାର୍ଯ୍ୟରତ ସନତ କୁମାର ନାମକ ଜଣେ କର୍ମଚାରୀଙ୍କୁ ବିବାହ କରିଥିଲେ।
ସମସ୍ତ ଘଟଣା ଘଟିବା ପରେ ମଧ୍ୟ ରାଜଗୋପଳ ନିଜ ଲକ୍ଷ୍ୟରେ ପହଞ୍ଚିବା ପାଇଁ ଚେଷ୍ଟା କରିଥିଲେ। ବାରାମ୍ବାର ଜୀବଜ୍ୟୋତିଙ୍କୁ ହତ୍ୟା ଧମକ ଦିଆଯାଇଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିଥିଲେ। ୨୦୦୧ ମସିହାରେ ଏହି ଦମ୍ପତ୍ତି ରାଜଗୋପଳ ତାଙ୍କୁ ଧମକାଉଥିବା ଥାନାରେ ଅଭିଯୋଗ କରିଥିଲେ। ପରେ ରାଜଗୋପାଲ ଅନ୍ୟ ୮ଜଣଙ୍କ ସହ ମିଶି ସନତଙ୍କୁ ଅପହରଣ କରି ହତ୍ୟା କରିଥିଲେ। ସନତଙ୍କ ମୃତଦେହ ପେରୁମଲ ମଲାଇର କୋଡାଇକାନାଲ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା।
ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପି ରାଜଗୋପଳଙ୍କୁ ମାଡ୍ରାସ ହାଇକୋର୍ଟ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏହାକୁ ବିରୋଧ କରି ରାଜଗୋପାଲ ସୁପ୍ରିମକୋର୍ଟ ଯାଇଥିଲେ। ୨୦୦୯ ମସିହାରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ମଧ୍ୟ ସୁପ୍ରିମକୋର୍ଟ ନିମ୍ନ ଅଦାଲତଙ୍କ ଆଜୀବନ ଜେଲ ଦଣ୍ଡାଦେଶ କାଏମ ରଖିଛନ୍ତି। ଶନିବାର ସୁପ୍ରିମକୋର୍ଟ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ରାଜଗୋପାଲଙ୍କୁ ଜୁଲାଇ ୭ ତାରିଖ ସୁଦ୍ଧା ଆତ୍ମସର୍ମପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜଗୋପଳଙ୍କ ମାଲିକାନାରେ ଥିବା ଏହି ଚେନ୍‍ ହୋଟେଲ ୨୦ଟି ଦେଶରେ ରେଷ୍ଟୁରାଣ୍ଟ ରହିଛି। ଭାରତରେ ଏହାର ୨୫ଟି ରେଷ୍ଟୁରାଣ୍ଟ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories