www.samajalive.in
Sunday, December 14, 2025
18.1 C
Bhubaneswar

ମୋଦୀଙ୍କ ଟାର୍ଗେଟରେ କଂଗ୍ରେସ, ପ୍ରଚାର ଅଭିଯାନ ଜୋରଦାର

ନୂଆଦିଲ୍ଲୀ: ଦେଶରେ ନିର୍ବାଚନ ପ୍ରଚାର ଜୋରଦାର ହେବା ସହ ରାଜନୈତିକ ଦଳଗୁଡି଼କ ପକ୍ଷରୁ ସାଧାରଣ ସଭା, ରାଲି ଓ ରୋଡ୍‍ ଶୋ’ ଆୟୋଜନ ଜୋରଦାର ହୋଇଛି। ଶନିବାର ଆସାମର ଗୋହପୁରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସଭାରେ ଉଦବୋଧନ ଦେଇ କହିଛନ୍ତି, ୭୦ ଦଶକରେ କଂଗ୍ରେସ ସରକାରଙ୍କ ନୀତି ଯୋଗୁଁ ଉତ୍ତରପୂର୍ବାଞ୍ଚଳ ଅନୁପ୍ରବେଶ ଦ୍ୱାରା ପ୍ରଭାବିତ ହୋଇଆସୁଛି। କଂଗ୍ରେସ ସବୁବେଳେ ଲୋକମାନଙ୍କୁ ଠକି ଆସିଛି କିନ୍ତୁ ‘ଚୌକିଦାର’ ଅନୁପ୍ରବେଶ, ସନ୍ତ୍ରାସବାଦ ଓ ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ବାଙ୍ଗଲାଦେଶର ସ୍ୱାଧୀନତା ଆନ୍ଦୋଳନ ସମୟରେ ରାଷ୍ଟ୍ରର ହିତ ଉଦ୍ଦେଶ୍ୟରେ ଜନସଂଘ ଓ ଅଟଳ ବିହାରୀ ବାଜପେୟୀଙ୍କ ଭଳି ତୁଙ୍ଗ ନେତାମାନଙ୍କ ସେହି ଦେଶକୁ ସମର୍ଥନ ଦେଇଥିବା କଥା ଉଲ୍ଲେଖ କରି କହିଥିଲେ,ଯେ ଚା’ ବଗିଚାରେ କାମ କରୁଥିବା ଲୋକମାନଙ୍କ ପାଇଁ ଏହି ଚୌକିଦାର ‘ପ୍ରଧାନମନ୍ତ୍ରୀ ଶ୍ରମ ୟୋଗି ମାନ୍‍ଧନ୍‍ ଯୋଜନା’ର ଶୁଭାରମ୍ଭ କରିଛି।

ଅନ୍ୟ ପକ୍ଷରେ ପ୍ରିୟଙ୍କା ଗାନ୍ଧି ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଏପ୍ରିଲ୍‍ ପ୍ରଥମ ସପ୍ତାହରେ ଆସାମରେ ନିର୍ବାଚନ ପ୍ରଚାର କରିବେ ବୋଲି ଜଣାପଡିଛି। ବିଜେପି ଅଧ୍ୟକ୍ଷ ଅମିତ ଶାହା ଶନିବାର ଗୁଜରାଟର ଗାନ୍ଧିନଗର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଅହମ୍ମଦାବାଦର ନାରନ୍‍ପୁରାଠାରେ ଏକ ସଭାରେ ଉଦ୍‍ବୋଧନ ଦେଇ ଶାହା କହିଛନ୍ତି, ଦେଶକୁ କିଏ ସଫଳ ନେତୃତ୍ୱ ଦେବ କେବଳ ସେହି ପ୍ରସଙ୍ଗକୁ ନେଇ ଏଥରର ନିର୍ବାଚନ ଲଢ଼ାଯିବ। ସେ କହିଛନ୍ତି, କେବଳ ବିଜେପି ନେତୃତ୍ୱାଧୀନ ଏନ୍‍.ଡି.ଏ. ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଦେଶକୁ ସୁରକ୍ଷା ଦେଇ ପାରିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories