www.samajalive.in
Saturday, December 6, 2025
26.1 C
Bhubaneswar

ଏହି ପରିସ୍ଥିତିରେ ଅଧିକ ପାଣି ପିଇବା ହୋଇଥାଏ ବିପଜ୍ଜନକ

ଏହା ସମସ୍ତେ ଜାଣନ୍ତି, ଜଳ ହିଁ ଜୀବନ। ଆମେ ପାଣି ପିଇବାଉପରେ ଯଥେଷ୍ଟ ଗୁରୁତ୍ୱ ଦେଇଥାଉ। ଚିକିତ୍ସକମାନେ ସୁସ୍ଥ ରହିବା ପାଇଁ ଅଧିକ ମାତ୍ରାରେ ଜଳ ପିଇବା ଲାଗି ପରାମର୍ଶ ଦେଇଥା’ନ୍ତି। ହେଲେ କ’ଣ ଆପଣ ଜାଣନ୍ତି, କେତେକ କ୍ଷେତ୍ରରେ ଅଧିକ ପାଣି ପିଇବା ସ୍ୱାସ୍ଥ୍ୟ ପ୍ରତି ଖୁବ୍‍ ହାନୀକାରକ ସାବ୍ୟସ୍ତ ହୋଇଥାଏ? ଯଦି ମଧୁମେହ, ରକ୍ତଚାପ ବା ଥାଇରଏଡ଼୍ ଭଳି ରୋଗରେ ପୀଡ଼ିତ, ତେବେ ଅଧିକ ପାଣି ପିଇବା କ୍ଷତିକାରକ। କିଡ୍ନୀ କମ୍ କାର୍ଯ୍ୟକ୍ଷମ ହେଲେ ,କମ୍ ପାଣି ପିଇବା ଉଚିତ। କାରଣ ଏଭଳି ନ କଲେ ମୂତ୍ର ସଂକ୍ରମଣର ଶିକାର ମଧ୍ୟ ହୋଇପାରନ୍ତି। ଗର୍ଭାବସ୍ଥାରେ ବି ଯଦି ଉଚ୍ଚ ରକ୍ତଚାପ ବା ମଧୁମେହ ରୋଗରେ ପୀଡ଼ିତ ଥାଆନ୍ତି, ତେବେ କମ୍‍ ପାଣି ପିଇବା ଦ୍ୱାରା ଏହାର ବିଶେଷ କୁ-ପ୍ରଭାବ ପଡ଼େ ନାହିଁ। ମଧୁମେହ, ଥାଇରଏଡ଼୍ ଓ ରକ୍ତଚାପର ଶିକାର ହୋଇଥିଲେ ରୋଗୀର କିଡ୍ନୀର କାର୍ଯ୍ୟକ୍ଷମତା କମ୍ ହୋଇଯାଇଥାଏ। ଏଣୁ ଅଧିକ ପାଣି ପିଇଲେ ,ଶରୀର ଫୁଲିଯାଇଥାଏ ଓ କିଡ଼ିନି ମଧ୍ୟ ଖରାପ ହୋଇପାରେ। ଏଭଳି ସ୍ଥିତି ଉପୁଜିଲେ ,ରୋଗୀକୁ ନେଫୋଲୋଜି ବିଭାଗରେ ଚିକିତ୍ସିତ ହେବାର ଆବଶ୍ୟକତା ପଡ଼େ। ଅଧିକ ଜଳ ପିଇଲେ ପରିସ୍ରା ଥଳି ଫୁଲି ଯାଇଥାଏ। ଖାଲି ସେତିକି ନୁହେଁ ମୂତ୍ରଜନିତ ସମସ୍ୟା ମଧ୍ୟ ଦେଖା ଦେଇଥାଏ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories