ଦେଶରେ ୮୫ ପ୍ରତିଶତ ଯୋଗ୍ୟ ନାଗରିକ ନେଲେଣି ଉଭୟ ପାନ ଟିକା

ନୂଆଦିଲ୍ଲୀ :  ଦେଶର ୮୫ ପ୍ରତିଶତରୁ ଅଧିକ ଯୋଗ୍ୟ ନାଗରିକ ଦୁଇଟି ଯାକ ପାନ ଟିକା ନେଇସାରିଲେଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି । ଟ୍ୱିଟ୍‍ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, କୋଭିଡ୍‍ ମହାମାରୀ ବିରୁଦ୍ଧରେ ଭାରତର ଳଢେଇ ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି। ସେ କହିଛନ୍ତି, ଜାତୀୟ ଟିକାକରଣ ଅଭିଯାନରେ ଦେଶରେ ଏ ପର୍ଯ୍ୟନ୍ତ ୧୮୫ କୋଟି ୨୮ଲକ୍ଷରୁ ଅଧିକ ଡୋଜ୍‍ ଟିକା ଦିଆଯାଇ ସାରିଲାଣି । ୧୨ରୁ ୧୪ ବର୍ଷ ବର୍ଗର ଦୁଇ କୋଟିରୁ ଅଧିକ ପିଲାଙ୍କୁ ପ୍ରଥମ ଡୋଜ୍‍ ଟିକା ପ୍ରଦାନ କରାଯାଇଥିବାର ସେ ସୂଚନା ଦେଇଛନ୍ତି ।

kalyan agarbati

Comments are closed.