www.samajalive.in
Saturday, December 6, 2025
15.1 C
Bhubaneswar

୫୦ରୁ ଅଧିକ ଡାକ୍ତରଖାନାକୁ ବୋମା ବିସ୍ଫୋରଣ ଧମକ

ମୁମ୍ବଇ: ମୁମ୍ବଇର ୫୦ରୁ ଅଧିକ ଡାକ୍ତରଖାନାକୁ ବୋମା ବିସ୍ଫୋରଣ ଧମକ ମିଳିଛି। ପୁଲିସର କହିବା ଅନୁଯାୟୀ ଭିପିଏସ୍ ନେଟଓ୍ବର୍କ ମାଧ୍ୟମରେ ଇମେଲ ଯୋଗେ ଏହି ଧମକ ମିଳିଛି। ତେଣୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଠାବ କରିବା କଷ୍ଟକର ହୋଇପଡିଛି। ଜସଲୋକ, ରାହେଜା, ସେଭେନ୍ ହିଲ୍, କୋହିନୂର , କେଇଏମ୍ , ଜେଜେ , ସେଣ୍ଟ ଜର୍ଜ ଆଦି ହସ୍ପିଟାଲ ଗୁଡିକୁ ବୋମା ଧମକ ମିଳିଥିବା ସୂଚନା ମିଳିଛି। ହିନ୍ଦୁଜା କଲେଜ ଅଫ୍ କମର୍ସକୁ ମଧ୍ୟ ଅନୁରୂପ ବିସ୍ଫୋରଣ ଧମକ ମିଳିଛି। ଧମକରେ ଉଲ୍ଲେଖ ରହିଛି ଯେ, ଡାକ୍ତରଖାନା ଶର୍ଯ୍ୟା ତଳେ ଏବଂ ଗାଧୁଆ ଘରେ ବୋମା ରଖାଯାଇଛି। ଏହା ଯେକୌଣସି ମୂହୁର୍ତ୍ତରେ ବିସ୍ଫୋରଣ ହୋଇପାରେ। କିନ୍ତୁ ଯାଞ୍ଚ ପରେ ସେଭଳି କୌଣସି ସନ୍ଧିଗ୍ଧ ଜିନିଷ ମିଳିନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories